ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ୍‌

ମୁମ୍ବାଇ: କରୋନା ମହାମାରୀ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅମିତାଭ ୭୯ ବର୍ଷରେ ବି କାମରୁ ବିରତି ନେଇ ନାହାନ୍ତି। ଦ୍ୱିତୀୟ ଲହର ସମୟରେ ନିଶ୍ଚିତ କରିଥିଲେ ଯେ,କୋଭିଡ୍‌ ସୁସ୍ଥ ହେବା ପରେ ସେଟ୍‌କୁ ଫେରିବେ। ସେ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୁଅନ୍ତି, ଏବଂ ତାଙ୍କ କାର୍ଯ୍ୟକଳାପ ବିଷୟରେ ଅପଡେଟ ଦିଇନ୍ତିି। ତେବେ ଶୁକ୍ରବାର ଅମିତାଭ ଆଗାମୀ ଫିଲ୍ମର ଡବିଂ କରୁଥିବା ସମୟରେ ଷ୍ଟୁଡିଓରୁ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଶେୟାର କରିଥିବା ଫଟୋକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିବା ସାଙ୍ଗକୁ କମେଣ୍ଟ ମଧ୍ୟ ଦେଉଛନ୍ତି।

Share