କାମ ଯୋଗୁ ନାତୁଣୀଙ୍କୁ ସମୟ ଦେଇପାରନ୍ତି ନାହିଁ ବିଗ୍‌ ବି; ଅଭିମାନ କଲେ ଦିଅନ୍ତି ଏହି ଖାସ୍‌ ଉପହାର

ବମ୍ବେ: ବୟସାଧିକ ହୋଇଥିଲେ ହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ବି ବେଶ ସକ୍ରିୟ। ସେ ଅଭିନୟ ହେଉ ଅବା ବିଜ୍ଞାପନ, ସବୁଥିରେ ତାଙ୍କ ଦବ୍‌ଦବା ରହିଛି। ଏଥିଲାଗି ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଛି। ଫଳରେ ସେ ପରିବାରକୁ ସମୟ ଦେଇପାରୁନାହାନ୍ତି। କିଛି ଏଭଳି କଥାର ଖୁଲାସା ସେ ‘କୌନ ବନେଗା କରୋଡପତି’ ମଞ୍ଚରେ କରିଛନ୍ତି।

ହଟ୍‌ସିଟ୍‌ରେ ବସିଥିବା ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ପଚାରିଛନ୍ତି, ଆପଣ ତ ଏତେ ସମୟ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। କାମ କରୁଛନ୍ତି। ଏମିତିରେ ପରିବାରକୁ, ବିଶେଷକରି ଆରାଧ୍ୟାଙ୍କୁ କିଭଳି ସମୟ ଦେଇଥାନ୍ତି? ପ୍ରଶ୍ନର ଜବାବରେ ଅମିତାଭ ସାମାନ୍ୟ ହସି ହଁ, କାହାକୁ ବି ସମୟ ଦେଇପାରେ ନାହିଁ। ଆରାଧ୍ୟାଙ୍କ ସହ ସମୟ ବିତାଇ ପାରୁ ନ ଥିବାରୁ ସେ ଅନେକଥର ଅଭିମାନ କରି ରାଗି ଯାଆନ୍ତି। ତାଙ୍କୁ ମନାଇବା ଲାଗି ଗୋଲାପୀ ରଙ୍ଗର ହେୟାର ବ୍ୟାଣ୍ଡ କିଣି ଦେଇଥାଏ। ସେ ଖୁସି ହୋଇଯାଇଥାନ୍ତି। କାରଣ ତାଙ୍କୁ ଗୋଲାପୀ ରଙ୍ଗ ବହୁତ ପସନ୍ଦ।

ଏହାଛଡ଼ା ଉକ୍ତ ମହିଳା ପ୍ରତିଯୋଗୀ ଅମିତାଭଙ୍କୁ ଅଭିନେତା ନ ହୋଇଥିଲେ କ’ଣ ହୋଇଥାନ୍ତେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଅମିତାଭ ଆପଣଙ୍କ ଭଳି ଜଣେ ସାମ୍ବାଦିକ ହୋଇଥାନ୍ତି ବୋଲି କହିଥିବା ଦେଖାଯାଇଛି।

ଆପଣ ବି ଦେଖନ୍ତୁ ଭିଡିଓ:-


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri