ଜନ୍ମଦିନ ପାଳନକୁ ଦେଖି ଇମୋଶନାଲ ହେଲେ ବିଗ ବି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବୁଧବାର ଅର୍ଥାତ୍‌ ଅକ୍ଟୋବର ୧୧ରେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ। ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ ପାଳନ କରାଯାଇଥିବା ଦେଖିବାକୁ ମିଳିବ। ତେବେ ଏହି ସେଲିବ୍ରେଶନ ବିଗ ବିଙ୍କ ପାଇଁ ଏକ ସରପ୍ରାଇଜ ଥିବା କୁହାଯାଇଛି। ଏହା ବ୍ୟତୀତ ଆଜିର ଦିନକୁ ସାରା ଭାରତରେ ତାଙ୍କ ପ୍ରଶଂସକମାନେ ପାଳନ କରୁଛନ୍ତି ବୋଲି ବି କୁହାଯାଇଛି। ଏହାର ଏକ ପ୍ରମୋ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ବିଗ ବି ଖୁବ ଇମୋଶନାଲ ହୋଇଯାଇଥିବା ଦେଖାଯାଇଛି।
ଏକ କ୍ଲିପରେ ଅମିତାଭ କହୁଛନ୍ତି, ‘ଆଉ କେତେ କନ୍ଦାଇବେ ଆପଣମାନେ’। ଅର୍ଥାତ୍‌ ଆଉ ମୋତେ କେତେ ଇମୋଶନାଲ କରିବେ ଆପଣମାନେ। ସେ ଆହୁରି ମଧ୍ୟ କହୁଛନ୍ତି, ମୁଁ କଣ୍ଟେଷ୍ଟାଣ୍ଡଙ୍କୁ ଟିସୁ ଦେଉଥିବା ବେଳେ ଅବ ମେରି ବାରି ଆ ଗୟି। ଏହାସହ ସେ ନିଜ ଆଖିର ଲୁହ ପୋଛିଛନ୍ତି ଓ ଏହି ସେଲିବ୍ରେଶନ ପାଇଁ କେବିସି ଟିମକୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ୧୧ ଅକ୍ଟୋବର ୧୯୪୨ରେ ଜନ୍ମନେଇଥିବା ଅମିତାଭ ବଚ୍ଚନ ବହୁ ସଂଘର୍ଷ ପରେ ଆଜି ବଲିଉଡ ଦୁନିଆର ଶେହନଶାହା ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଦେଶ କାହିଁକି ବିଦେଶରେ ବି ରହିଛନ୍ତି ଅମିତାଭଙ୍କର ଅନେକ ପ୍ରଶଂସକ। ପ୍ରଥମେ ରିଜେକଶନର ସାମ୍ନା କରିଥିବା ବିଗ ବି କିନ୍ତୁ ପରବର୍ତ୍ତି ସମୟରେ ପାଲଟି ଯାଇଛନ୍ତି ବଲିଉଡର ମହାନାୟକ। ଗୋଟିଏ ପରେ ଗୋଟିଏ ହିଟ୍‌ ମୁଭି ଭେଟିଦେଇ ସେ ଦର୍ଶକଙ୍କ ମନରେ ଘର କରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri