Posted inଖେଳ

ବଡ଼ ରେକର୍ଡ କଲେ ଅମିତ ଶାହାଙ୍କ ପୁଅ: ସର୍ବକନିଷ୍ଠ ଭାବେ…

ନୂଆଦିଲ୍ଲୀ,୨୮ା୮(ପି.ଟି.):ଖେଳପ୍ରତି ଅବଦାନକୁ ନେଇ ଭାରତୀୟ କ୍ରିକେଟ ପ୍ରଶାସକଙ୍କ ମୂଲ୍ୟାଙ୍କନ କରାଯାଇଥାଏ। ମାତ୍ର ଏ ସବୁର ଅଭାବ ସତ୍ତ୍ୱେ ଜୟ ଶାହା ପ୍ରଥମେ ଜାତୀୟ ଓ ଏବେ ଅନ୍ତର୍ଜାତୀୟ ପାଓ୍ବାର କରିଡରରେ ନିଜପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି)ର ଚେୟାରମ୍ୟାନ୍‌ ଭାବରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଗୁଜରାଟ କ୍ରିକେଟରୁ ଆରମ୍ଭ କରିଥିବା ଯାତ୍ରା ବର୍ତ୍ତମାନ ଆଇସିସିରେ ପହଞ୍ଚିଯାଇଛି। ପ୍ରଥମେ ଜିଲା କ୍ରିକେଟ କମିଟିରୁ ନିଜର ପ୍ରଶାସକ ଯାତ୍ରା ଆରମ୍ଭ କରିଥିବା ଶାହା ବର୍ତ୍ତମାନ ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପଦରେ ନିଜକୁ ଅବସ୍ଥାପିତ କରିବାରେ ସଫଳ ହୋଇଛନ୍ତି। ଭାରତୀୟ କ୍ରିକେଟ ସହ ଯୋଡିହେବା ପୂର୍ବରୁ ୨୦୦୯ରେ ଶାହା ପ୍ରଥମେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ କ୍ରିକେଟ ଅହମଦାବାଦ(ସିବିସିଏ)ରେ କାର୍ଯ୍ୟ କରିଥିଲେ। ପରେ ରାଜ୍ୟସ୍ତରରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ୨୦୧୩ରେ ଗୁଜରାଟ କ୍ରିକେଟ ଆସୋସିଏଶନ(ଜିସିଏ)ର ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଶାହା। ଏହି ସମୟରେ ଗୁଜରାଟ ରଣଜୀ କ୍ରିକେଟରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ବୟସ ବର୍ଗ ପାଇଁ ଭିନ୍ନ କୋଚ୍‌ ନିଯୁକ୍ତ କରିଥିଲେ ଶାହା। ଜୁନିୟର କ୍ରିକେଟର ମାନଙ୍କୁ ସ୍କାଉଟ କରାଯାଇ ସିନିୟର କ୍ରିକେଟକୁ ଅଣାଯାଇଥିଲା। ଏହାର ଫଳ ସ୍ବରୂପ ୨୦୧୬-୧୭ ସିଜନରେ ପ୍ରଥମ ଥର ପାଇଁ ଗୁଜରାଟ ରଣଜୀ ଟ୍ରଫିରେ ଚାମ୍ପିୟନ ହୋଇଥିଲା।
ଖେଳାଳିଙ୍କ ସହ ସମ୍ପର୍କ: ଭାରତରୁ ଅତୀତରେ ୪ ଜଣ ବ୍ୟକ୍ତି ଆଇସିସି ଚେୟାରମ୍ୟାନ ଚୌକିରେ ବସିଛନ୍ତି। ଜଗମୋହନ ଡାଲମିୟା, ଶରଦ ପାଓ୍ବାର, ଏନ୍‌ ଶ୍ରୀନିବାସନ୍‌ ଓ ଶଶାଙ୍କ ମନୋହର ଯୋଶୀ ଏହି ପଦରେ ରହିଥିଲେ ମଧ୍ୟ ଖେଳାଳିଙ୍କ ସହ ସମ୍ପର୍କ ଏତେ ଭଲ ନ ଥିଲା। କେବଳ କିଛି ହାତଗଣତି ସିନିୟର ଖେଳାଳିଙ୍କୁ ଛାଡିଲେ ଅନ୍ୟ କୌଣସି ଖେଳାଳିଙ୍କ ପରାମର୍ଶ ନେଉ ନ ଥିଲେ। ମାତ୍ର ଶାହାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। କେବଳ ସିନିୟର ନୁହେଁ ବରଂ ଯୁବ ଖେଳାଳିଙ୍କ ସହ ଶାହାଙ୍କ ସମ୍ପର୍କ ରହିଛି। କେବଳ ରୋହିତ ଶର୍ମା ଓ ବିରାଟ କୋହଲି ନୁହନ୍ତି ବରଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କ ପରି ଖେଳାଳି ମଧ୍ୟ ଶାହାଙ୍କୁ ମେସେଜ କରି ପାରନ୍ତି।
୨୦୧୯ରେ ଶାହା ପ୍ରଥମେ ବିସିସିଆଇର ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ କାରଣରୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଏହା ବେଶ ଚ୍ୟାଲେଞ୍ଜିଂ ପରସ୍ଥିତି ସୃଷ୍ଟି କରିଥିଲା। ତେବେ ବାୟୋ ବବଲ ମଧ୍ୟରେ ଆଇପିଏଲ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ପାରିଥିଲେ ଶାହା। ଏହା ସହିତ ସେ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ) ସଫଳତାର ସହ ଆୟୋଜନ କରିଥିଲେ। ମହିଳା କ୍ରିକେଟରେ ମ୍ୟାଚ୍‌ ପାଉଣାରେ ସମାନତା ଆଣିବା ଲକ୍ଷ୍ୟରେ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୮ ଲକ୍ଷ ଓ ଟି୨୦ ମ୍ୟାଚ୍‌ ପିଛା ୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଥିଲେ। ଟେଷ୍ଟ କ୍ରିକେଟର ଅଧିକ ପ୍ରଚାର ପ୍ରସାର ପାଇଁ ବାର୍ଷିକ ଇନସେଣ୍ଟିଭ ବ୍ୟବସ୍ଥା ମଧ୍ୟ କରିଥିଲେ।
ଆଇପିଏଲ ମୋହରେ ପଡି ଯୁବ ଖେଳାଳି ମାନେ ଘରୋଇ କ୍ରିକେଟକୁ ଉପେକ୍ଷା କରୁଥିବାରୁ ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ଭଳି ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଥିଲା। ଏହା ସହିତ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟତା ମୂଳକ କରାଯାଇଥିଲା। ଏପରିକି ଟି୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରିବା ମଧ୍ୟ ଏକ ସାହସିକ ନିଷ୍ପତ୍ତି ଥିଲା। ଶାହାଙ୍କ କାର୍ଯ୍ୟକାଳରେ ଚୟନକର୍ତ୍ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଥିଲା। ଅତୀତରେ ଏନ୍‌ ଶ୍ରୀନିବାସନଙ୍କ କାର୍ଯ୍ୟକାଳରେ ମହେନ୍ଦ୍ର ସିଂ ଧୋନୀ ଲଗାତାର ୮ ଟେଷ୍ଟରେ ହାରିବା ପରେ ମଧ୍ୟ ତାଙ୍କୁ ପଦରୁ ହଟାଇବାର ସ୍ବାଧୀନତା ମୁଖ୍ୟ ଚୟନକର୍ତ୍ତା ମହିନ୍ଦର ଅମରନାଥଙ୍କ ନିକଟରେ ନ ଥିଲା। ଶାହାଙ୍କ କାର୍ଯ୍ୟକାଳ ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri