Posted inଜାତୀୟ

କେବଳ ଆତଙ୍କବାଦ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମକୁ ଧ୍ୱଂସ କରିବାକୁ ହେବ, ଅମିତ ଶାହା

ନୂଆଦିଲ୍ଲୀ,୫।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ନୂଆଦିଲ୍ଲୀରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ତୃତୀୟ ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ କେବଳ ଆତଙ୍କବାଦ ନୁହେଁ ଏହାର ସମଗ୍ର ସିଷ୍ଟମକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ମୋଦି ସରକାର ଏକ ଅଭିଯାନରେ ନିୟୋଜିତ ଅଛନ୍ତି। ଏଥିପାଇଁ ସମସ୍ତ ଆତଙ୍କବାଦ ବିରୋଧୀ ଏଜେନ୍ସି ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା କୌଣସି ନୂତନ ଆତଙ୍କବାଦୀ ସଂଗଠନ ଗଠନ ହୋଇପାରିବ ନାହିଁ।
ଶାହା ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ସରକାରଙ୍କ କଠୋର ନିଷ୍ପତ୍ତି ଯୋଗୁଁ ଜମ୍ମୁ କଶ୍ମୀର, ନକ୍ସଲ ପ୍ରଭାବିତ ଅଞ୍ଚଳ ତଥା ଉତ୍ତର-ପୂର୍ବରେ ହିଂସା ହ୍ରାସ କରିବାରେ ବହୁତ ସଫଳତା ମିଳିଛି। ଆତଙ୍କବାଦ ବିରୋଧରେ ଲଢେଇ ବିଶ୍ୱବ୍ୟାପୀ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସହଯୋଗ ଏବଂ ଦେଶର ବିଭିନ୍ନ ରାଜ୍ୟର ଅଂଶଗ୍ରହଣ ଆବଶ୍ୟକ କରେ।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୯ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ ଭାବରେ ଦମନ କରିବାରେ କେନ୍ଦ୍ରୀୟ ତଥା ରାଜ୍ୟ ଏଜେନ୍ସିମାନେ ସଫଳ ହୋଇଛନ୍ତି। କେବଳ ଆତଙ୍କବାଦ ନୁହେଁ ଏହାର ସମଗ୍ର ସିଷ୍ଟମକୁ ନଷ୍ଟ କରିବା ଆବଶ୍ୟକ।
ସେ କହିଛନ୍ତି ଯେ ଆତଙ୍କବାଦକୁ ଶେଷ କରିବା ପାଇଁ ଏନଆଇଏ ଅଧୀନରେ ଆତଙ୍କବାଦ ବିରୋଧୀ ଏକ ମଡେଲ ଗଠନ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତ ରାଜ୍ୟରେ ଆତଙ୍କବାଦ ବିରୋଧୀ ଏଜେନ୍ସିର କ୍ରମ, ଗଠନ ଏବଂ ଅନୁସନ୍ଧାନ ଇତ୍ୟାଦି ସମ୍ବନ୍ଧରେ ୟୁନିଫର୍ମ ଏସଓପି ପ୍ରସ୍ତୁତ କରିବାକୁ ପଡିବ। ଏହା କେନ୍ଦ୍ରର ଏଜେନ୍ସି ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟକୁ ସକ୍ଷମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri