Posted inଜାତୀୟ

ତେଲେଙ୍ଗାନାରେ ବଡ଼ ଘୋଷଣା କଲେ ଅମିତ ଶାହା

ହାଇଦ୍ରାବାଦ୍‌,୨୦।୧୧: ତେଲେଙ୍ଗାନାର ଜନଗାଓଁରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେସିଆର, କଂଗ୍ରେସ ଏବଂ ଆସଦୁଦ୍ଦିନ ଓୱାଇସିଙ୍କୁ ଟାର୍ଗେଟ କରିଛନ୍ତି। ଏହି ତିନିଙ୍କୁ ପରିବାର ଭିତ୍ତିକ ଦଳ ବୋଲି କହିଥିଲେ।
ସାଧାରଣ ସଭାକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ବିରୋଧୀ ଦଳ ଉପରେ ଆକ୍ରମଣ କରି କହିଛନ୍ତି, ତେଲେଙ୍ଗାନାର ଆଗାମୀ ବିଧାନସଭା ନିର୍ବାଚନ ଦେଶର ଭବିଷ୍ୟତ ସ୍ଥିର କରିବ। ଆପତ୍ତିଜନକ ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ମୁସଲିମ୍‌ ସଂରକ୍ଷଣ ଦିଆଯାଇଛି। କ୍ଷମତାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ତେଲେଙ୍ଗାନାରେ ୪ ପ୍ରତିଶତ ମୁସଲିମ୍‌ ସଂରକ୍ଷଣ ଶେଷ କରିବେ। ସରକାର ଗଠନ ପରେ ଏଠାକାର ଲୋକମାନେ ମାଗଣାରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇବେ।
ଭାରତ ରାଷ୍ଟ୍ରିୟ ସମିତି ନେତୃତ୍ୱାଧୀନ କେସିଆର ସରକାରରେ ପ୍ରଚଳିତ ଦୁର୍ନୀତି ଉପରେ ଶାହା ଟାର୍ଗେଟ୍‌ କରିଥିଲେ। ତାଙ୍କର ସମସ୍ତ କାରବାରର ତଦନ୍ତ କରାଯିବ ବୋଲି କହିଥିଲେ। ଯିଏ ଦୁର୍ନୀତି କରିଛି ସେ ଜେଲକୁ ଯିବ। ଓୱାଇସିଙ୍କ ଭୟରେ କେସିଆର ହାଇଦ୍ରାବାଦର ମୁକ୍ତି ଦିବସ ପାଳନ କରୁନାହାନ୍ତି। ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବିରୋଧରେ ସେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ବିଧାୟକମାନେ କେବଳ ଜମି ଦଖଲ କରନ୍ତି।
ସୂଚନାଯୋଗ୍ୟ ଯେ ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନ ପାଇଁ ଭୋଟ ୩୦ ନଭେମ୍ବରରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ଡିସେମ୍ବର ୩ରେ ଅବଶିଷ୍ଟ ଚାରିଟି ରାଜ୍ୟ ସହିତ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri