ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ ‘ଗଦର’ ପରି ବ୍ଲକବଷ୍ଟର ଫିଲ୍ମରେ ଅଭିନୟ କରିଥିବା ଅମିଷା ବଲିଉଡର ବାସ୍ତବତା ଉପରୁ ପରଦା ଉଠାଇଛନ୍ତି। ନିକଟରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର ‘ଫେକ୍‌ ପିଆର୍‌ ଗେମ୍‌’ ଉପରେ ଟାର୍ଗେଟ କରିଛନ୍ତି। ଯେଉଁ ନୂତନ ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ବହୁତ କମ ସମୟ ବିତାଇବା ସତ୍ତ୍ୱେ ‘ସୁପରଷ୍ଟାର’ ଏବଂ ‘ନମ୍ବର ୨’ ଭାବରେ ପରିଚିତ ହେବାକୁ ପସନ୍ଦ କରନ୍ତି ଅମିଷା ସେମାନଙ୍କୁ ଫେକ୍‌ ବୋଲି କହିଛନ୍ତି। ତାଙ୍କ ମତରେ ଅଧିକାଂଶ ଅଭିନେତ୍ରୀ ନକଲି PR ମାଧ୍ୟମରେ ଏହି ଟ୍ୟାଗ ହାସଲ କରିଛନ୍ତି ଯଦିଓ ସେମାନଙ୍କର ନାମରେ କୌଣସି ବଡ଼ ବ୍ଲକବଷ୍ଟର ଫିଲ୍ମ ନାହିଁ।

ଆଜିକାଲି କଳାକାରମାନେ ପିଆର୍‌ ବ୍ୟବହାର କରି ‘ନମ୍ବର ୧’ ଟ୍ୟାଗ ସୁରକ୍ଷିତ କରୁଛନ୍ତି। ବ୍ଲକବଷ୍ଟର ଫିଲ୍ମ ଜରିଆରେ ଜଣେ କଳାକାର ସୁପରଷ୍ଟାର ଭାବେ ପରିଚିତ ହାସଲ କରେ। କିନ୍ତୁ ଆଜିକାଲି ତାହା ଘଟୁନାହିଁ। ‘ଫେକ୍‌ ପିଆର୍‌ ଗେମ୍‌’ ମାଧ୍ୟମରେ ଆଜିକାଲି ପରିଚୟ ହାସଲ ହେଉଛି। ଦୁଃଖିତ, କିନ୍ତୁ ଏହା ହିଁ କଟୁ ସତ୍ୟ।

ଅମିଷାଙ୍କ ଅଭିନୀତ ‘ଗଦର-୩’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଏହାର ସ୍କ୍ରିପ୍ଟ ଆହୁରି ବିସ୍ଫୋରକ ହେବ ବୋଲି କହିଛନ୍ତି ଅମିଷା। ଅମିଶାଙ୍କୁ ଶେଷ ଥର ପାଇଁ ୨୦୨୩ରେ ମୁକ୍ତିଲାଭ କରିଥିବା ଗଦର ୨ରେ ଦେଖିବାକୁ ମିଳିଥିଲା।

 

Dharitri – Odisha’s No.1 Odia Daily

 

Share