ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…

ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ ଦୁନିଆକୁ ବିଦାୟ ଦେଇଛନ୍ତି, ତାଙ୍କର ଦେହାନ୍ତ ଖବର ଲୋକଙ୍କୁ ବ୍ୟଥିତ କରିଛି।

୩୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମିତ ପ୍ରସିଦ୍ଧ ରେଡିଓ ଉପସ୍ଥାପିକା ଅମିନ ସାୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ରାଜୀଲ ସୟାନି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଅମିନ ସୟାନୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ସୃଷ୍ଟି କରିଛି। ଅମିନ ସୟାନୀଙ୍କ ପୁଅ ରାଜୀଲ ସୟାନି ତାଙ୍କ ପିତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ଘରେ ହୃଦଘାତରେ ପୀଡିତ ହୋଇଥିଲେ, ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏଚ.ଏନ. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲକୁ କରାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ। କିଛି ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅମିନ ସାୟାନି ଦୀର୍ଘ ସମୟ ଧରି ମ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ସେ ଗତ ୧୨ ବର୍ଷ ଧରି ପିଠି ଯନ୍ତ୍ରଣା ଭୋଗୁଥିଲେ ଏବଂ ସେଥିପାଇଁ ତାଙ୍କୁ ଚାଲିବା ପାଇଁ ଏକ ୱାକର୍‌ ବ୍ୟବହାର କରିବାକୁ ପଡୁଥିଲା।

ତାଙ୍କ ନାମରେ ଅମିନ ସୟାନୀଙ୍କ ନାମରେ ୫୪,୦୦୦ ରୁ ଅଧିକ ରେଡିଓ କାର୍ଯ୍ୟକ୍ରମ ପ୍ରଡୂ୍ୟସ / ଭଏସ ଓଭର କରିବାର ରେକର୍ଡ ରହିଛି। ପ୍ରାୟ ୧୯,୦୦୦ ଜିଙ୍ଗଲ ପାଇଁ କଣ୍ଠଦାନ କରିଥିବାରୁ ଅମିନ ସୟାନୀଙ୍କ ନାମ ଲିମ୍ପକା ବୁକ ଅଫ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri