Posted inUncategorized

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭ା୫: ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌ (ଏଏମ୍‌ଏଫ୍‌)ର ନୂତନ ଉତ୍ପାଦ ତଥା ନୂଆ ଫଣ୍ଡ୍‌ ଅଫର ‘ଆକ୍ସିସ୍‌ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ଫଣ୍ଡ୍‌ ନିଫ୍ଟି ବ୍ୟାଙ୍କ ଟିଆର୍‌ଆଇକୁ ଟ୍ରାକ୍‌ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହା ନିବେଶକମାନଙ୍କୁ ଅଗ୍ରଣୀ ଭାରତୀୟ ବ୍ୟାଙ୍କଗୁଡିକର ଅଭିବୃଦ୍ଧି କ୍ଷେତ୍ରରେ ସିଧାସଳଖ ଅଂଶଗ୍ରହଣ କରିବା ଲାଗି ଏକ ମାଧ୍ୟମ ପ୍ରଦାନ କରିବ। ଏହି ନୂଆ ଫଣ୍ଡ୍‌ ଅଫର ସବ୍‌ସ୍କ୍ରିପ୍‌ଶନ ୨୦୨୪ ମେ ୧୭ରେ ବନ୍ଦ ହେବ।

ଏ ସମ୍ପର୍କରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ତଥା ସିଇଓ ବି.ଗୋପକୁମାର କହିଛନ୍ତି, ଏକ ସୁଦୃଢ଼ ନିୟାମକ ଢାଞ୍ଚା ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ଦ୍ରୁତ ଗ୍ରହଣୀୟତା ଦ୍ୱାରା ସମୃଦ୍ଧ ଏହି କ୍ଷେତ୍ର ସ୍ଥାୟୀ ସମ୍ପ୍ରସାରଣ ପାଇଁ ସୁବ୍ୟବସ୍ଥିତ ରହିଛି। ଆକ୍ସିସ୍‌ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ ନିବେଶକଙ୍କୁ ଏହି ଅଭିବୃଦ୍ଧି ସୁଯୋଗର ଉପଯୋଗ କରିବା ପାଇଁ ଏକ ସୁଚିନ୍ତିତ ସୁଯୋଗ ପ୍ରଦାନ କରୁଛି।

ଏହି କ୍ଷେତ୍ର ଉଦ୍ଭାବନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ ଏବଂ ସର୍ବୋଚ୍ଚ ପ୍ରଶାସନିକ ମାନଦଣ୍ଡଗୁଡିକର ଅନୁପାଳନ କରୁଛି। ଫଳରେ ଏହା ଭାରତୀୟ ବ୍ୟାଙ୍କିଙ୍ଗ୍‌ ପରିଦୃଶ୍ୟକୁ ନୂଆ ରୂପ ଦେଇଥିବା ପରିବର୍ତ୍ତନଶୀଳ ଧାରାରୁ ଲାଭାନ୍ବିତ ହେଉଛି। ଏହି ଫଣ୍ଡ୍‌ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ପାଇଁ ଏକ୍ସପୋଜର ପାଇବା ଲାଗି ଏକ ମୂଲ୍ୟ ସାପେକ୍ଷ ଓ ଦକ୍ଷ ମାଧ୍ୟମ ପ୍ରଦାନ ଏବଂ ଆମେ ନିବେଶକମାନଙ୍କୁ ଏହି ସୁଯୋଗର ଉପଯୋଗ କରିବା ପାଇଁ ଆମନ୍ତ୍ରଣ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ

ଭୁବନେଶ୍ୱର,୨୨ା୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ରଘୁବର ଦାସ ଅଧିବେଶନ ଆରମ୍ଭରେ ଅଭିଭାଷଣରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳି ରାଜ୍ୟ...

କେମିତି ହେବ ଆଗାମୀ ବଜେଟ୍‌: ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ଅଧିବେଶନ ପୂର୍ବରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ନିଜ ମତ ପ୍ରକାଶ କରିଛନ୍ତି।...

ବିଧାୟକଙ୍କୁ କରିଦେଲେ ଓଜନ: ଏପଟେ ମିଠା ସେପଟେ ବିଧାୟକ, ଭିଡିଓ ଭାଇରାଲ

ବରଗଡ,୧୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ଇରାସିସ ଆଚାର୍ଯ୍ୟଙ୍କୁ ଅଭିନବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଟଲି ନିର୍ବାଚନମଣ୍ଡଳୀର ଅମ୍ବାଭୋନା ବ୍ଲକ...

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ

ନୂଆଦିଲ୍ଲୀ,୧୫ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ...

ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି

ମିଆମି,୧୫ା୭: କୋପା ଆମେରିକା ୨୦୨୪ ଫାଇନାଲ ମ୍ୟାଚରେ ଆହତ ହେବା ପରେ ନିଜର କୋହକୁ ସମ୍ଭାଳି ପରି ନାହାନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ମିଆମିର ହାର୍ଡ...

ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?

ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri