ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।

ତେବେ ଦୀର୍ଘ ଦିନ ଧରି ଏହି ଗାୟକ ଡିପ୍ରେସନରେ ଥିଲେ। ଏନେଇ ସେ ଅନେକ ଥର ସମସ୍ତଙ୍କ ଆଗରେ କହି ମଧ୍ୟ ସାରିଛନ୍ତି। ୨୦୧୯ରେ ସେଲେବ୍ରିଟି ୱେଲନେଓ ଶୋ ଦ ଡକ୍ଟର୍ସରେ ସେ ଔଷଧ ଭର୍ତ୍ତି ଏକ ବ୍ୟାଗ ଦେଖାଇ ଡିପ୍ରେସନର ଶିକାର ଥିବା ନେଇ ଖୁଲାସା କରିଥିଲେ। ତାଙ୍କୁ ପର୍ସନାଲିଟି ଡିସଅର୍ଡର, ସିଜୋଫ୍ରେନିଆ ଓ ଏନ୍‌ଜାଇଟି ପାଇଁ ଏତେ ସବୁ ମେଡିସିନ ଡାକ୍ତର ପ୍ରେସକ୍ରାଇବ କରିଥିବା କହିଥିଲେ। ଏହାଛଡ଼ା ନିଜର ନିଶା ସେବନକୁ ନେଇ ସେ ଅନେକ ଥର ରିହାବ୍‌ ସେଣ୍ଟରରେ ଭର୍ତ୍ତି ହୋଇଥିଲେ।

ଲୋକପ୍ରିୟ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟ ନିକ୍‌ କାର୍ଟରଙ୍କ ଭାଇ ହୋଇଥିବାରୁ ଆରୋନ ପ୍ରଥମ ଥର ଲାଗି ୧୯୯୦ରେ ଲୋକପ୍ରିୟତା ହାସଲ କରିଥିଲେ। ପରେ ୧୯୯୭ରେ ୯ ବର୍ଷ ବୟସରେ ଆରୋନଙ୍କ ପ୍ରଥମ ଆଲବମ ରିଲିଜ ହୋଇଥିଲା। ୨୦୦୦ରେ ତାଙ୍କର ଦ୍ୱିତୀୟ ଆଲବମ୍‌ ‘ଏରୋନ୍ସ ପାର୍ଟି’ ରିଲିଜ ହୋଇ ଲୋକପ୍ରିୟତା ହାସଲ କରିଥିଲା। ସିଙ୍ଗର ତଥା ରାପର ଆରୋନ କାର୍ଟରଙ୍କ ଶେଷ ଆଲବମ ‘ଲଭ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ସେ ନିଜ କ୍ୟାରିୟରରେ ରାପ୍‌ ଏବଂ ଅଭିନୟ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri