ବ୍ରିଟେନରେ ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର ହେବ ମୁତୟନ, ହିରୋସୀମାଠାରୁ ୩ ଗୁଣା ଶକ୍ତିଶାଳୀ,ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୨୭।୧ : ଆମେରିକା ଏପରି ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଯାହାକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆଦୌ ପସନ୍ଦ କରିବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବଢୁଥିବା ବିପଦ ମଧ୍ୟରେ ଆମେରିକା ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିଟେନରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରୁଛି। ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବ ଅନୁସାରେ ହିରୋସୀମାଠାରୁ ତିନି ଗୁଣା ଅଧିକ ଶକ୍ତିଶାଳୀ ଆଣବିକ ବୋମା ମୁତୟନ କରିବାର ଯୋଜନା ରହିଛି। ଏହି ନିୟୋଜନ ରୟାଲ ବାୟୁସେନା ଲେକନହିଥରେ ହେବ। ଏହି ମୁତୟନ ଏପରି ଏକ ସମୟରେ ହେବ ଯେତେବେଳେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି।

ଆମେରିକା ପୂର୍ବରୁ ଆରଏଏଫ ଲାକେନହିଥରେ ପରମାଣୁ କ୍ଷେପଣାସ୍ତ୍ର ନିୟୋଜିତ କରିଥିଲା। ୨୦୦୮ରେ ମସ୍କୋରୁ ଶୀତଯୁଦ୍ଧର ଧମକ କମିଯିବା ପରେ ଏସବୁକୁ ହଟାଇ ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ପେଣ୍ଟାଗନ ଡକ୍ୟୁମେଣ୍ଟଗୁଡିକ ଦର୍ଶାଉଛି ଏୟାରବେସରେ ଏକ ନୂତନ ସୁବିଧା ପାଇଁ ଚୁକ୍ତିନାମା ଲାଗି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି କୌଣସି ସ୍ଥାନରେ ପରମାଣୁ ଅସ୍ତ୍ରର ଉପସ୍ଥିତିକୁ ନିଶ୍ଚିତ କିମ୍ବା ଅସ୍ବୀକାର କରିବା ବ୍ରିଟେନ ଏବଂ ନାଟୋ ନୀତି।

ସମ୍ପ୍ରତି ନାଟୋ ଏବଂ ରୁଷିଆ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ଲୋକଙ୍କୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ସପ୍ତାହେ ପୂର୍ବରୁ ବ୍ରିଟିଶ ସେନାର ବିଦାୟୀ ମୁଖ୍ୟ ଜେନେରାଲ ସାର୍‌ ପାଟ୍ରିକ ସାଣ୍ଡର୍ସ କହିଥିଲେ ଏକ ସମ୍ଭାବ୍ୟ ବିବାଦ ପାଇଁ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ୭୪,୦୦୦ ସୈନିକଙ୍କ ସେନାରେ ଅତି କମରେ ୪୫,୦୦୦ ରିଜର୍ଭ ଏବଂ ସାଧାରଣ ନାଗରିକଙ୍କ ନିଯୁକ୍ତି ଆବଶ୍ୟକ। ତେବେ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କାର୍ଯ୍ୟାଳୟ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପକୁ ଅସ୍ବୀକାର କରି ସେନା ସେବା ସ୍ବେଚ୍ଛାକୃତ ବୋଲି କହିଛି।

ଆମେରିକାର ନୌସେନା ସଚିବ କାର୍ଲୋସ ଡେଲ ଟୋରୋ ବର୍ତ୍ତମାନର ବିପଦକୁ ଦୃଷ୍ଟିରେ ରଖି ବ୍ରିଟେନକୁ ନିଜର ସଶସ୍ତ୍ର ବାହିନୀର ଆକାରର ପୁନଃମୂଲ୍ୟାଙ୍କନ କରିବାକୁ ଅନୁରୋଧ କରିଛନ୍ତି। ଅବଶ୍ୟ, ଡାଉନିଂ ଷ୍ଟ୍ରିଟ ପ୍ରତିରକ୍ଷା ପାଇଁ ବ୍ରିଟିଶ ସରକାରଙ୍କ ଖର୍ଚ୍ଚକୁ କମ କରିଛି। ସେ କହିଛନ୍ତି ସାମରିକ ଶକ୍ତି ଯୋଗୁ ଲୋହିତ ସାଗରରେ ହୋଉଥି ବିଦ୍ରୋହୀଙ୍କ ବିରୋଧରେ ବ୍ରିଟେନକୁ ଆମେରିକା ପାଇଁ ପସନ୍ଦଯୋଗ୍ୟ ଅଂଶୀଦାର ହୋଇଛି। ଯଦିଓ, ଫାୟାର ପାଓ୍ବାର ଥଣ୍ଡେକ୍ସ ଅନୁସାରେ ରୁଷିଅ ଏବଂ ବ୍ରିଟେନର ସୈନ୍ୟବାହିନୀକୁ ତୁଳନା କଲେ ରୁଷିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବ୍ରିଟେନ ଷଷ୍ଠ ସ୍ଥାନରେ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କ ନିଷ୍ପତ୍ତି ନେଇ ପୁଟିନଙ୍କର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

ଇରାନର ‘ମାଷ୍ଟରମାଇଣ୍ଡ’ ଅଲି ଜାଫରୀ: ଯାହାଙ୍କ ରଣନୀତି ଆଗରେ ଫେଲ୍ ମାରିଲା ଆମେରିକା-ଇସ୍ରାଏଲର ‘ଅପରେସନ ଏପିକ ଫ୍ୟୁରୀ’!

ତେହରାନ୍‌,୧୩।୩: ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା…

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ…

ଇରାକରେ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ଖାମେନେଇଙ୍କ ସମ୍ପର୍କରେ ବଡ଼ ଦାବି କଲେ ନେତାନ୍ୟାହୁ

ତେହରାନ୍‌,୧୩।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ଇସ୍ରାଏଲ ମଧ୍ୟ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଉଲ୍ଲେଖନୀୟ ଯେ, ନିଷ୍କ୍ରିୟ…

ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri