ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇଲେ ବାଇଡେନ୍‌, ଡବ୍ଲୁଏଚ୍‌ଓରେ ପୁଣିଥରେ ସାମିଲ ହେବ ଆମେରିକା!

ୱାଶିଂଟନ,୨୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି । ବାଇଡେନ୍ କହିଛନ୍ତି ଆମେରିକା ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ରେ ସାମିଲ ହେବ । ଏହା ପୂର୍ବରୁ ଟ୍ରମ୍ପ କରୋନା ଭାଇରସ ସଂକ୍ରମଣକୁ ନେଇ ଡବ୍ଲୁଏଚ୍‌ଓ ଉପରେ ଅଭିଯୋଗ କରି ଆସୁଥିଲେ । ଆଉ କହିଥିଲେ ଆମେରିକା ଡବ୍ଲୁଏଚ୍‌ଓଠାରୁ ଅଲଗା ହୋଇଯିବ । ଗତ ଏପ୍ରିଲରେ ଟ୍ରମ୍ପ ଏହି ଘୋଷଣା କରିଥିଲେ । ଟ୍ରମ୍ପ କହିଥିଲେ ଡବ୍ଲୁଏଚ୍‌ଓ କରୋନା ଭାଇରସକୁ ନେଇ ବିଶ୍ୱକୁ ଭ୍ରମରେ ପକାଉଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ହେଲେ ଏବେ ବାଇଡେନ୍ କହିଛନ୍ତି ତାଙ୍କ ପ୍ରଶାସନ ପ୍ରଥମ ଦିନରୁ ହିଁ ଡବ୍ଲୁଏଚ୍‌ଓ ସହ ସାମିଲ ହେବ । ତେବେ ଚାଇନାକୁ ନେଇ ବାଇଡେନ୍ କହିଛନ୍ତି, ଚାଇନାକୁ ଏଥର ସମସ୍ତ ନିୟମ ପାଳନ କରିବାକୁ ପଡିବ ଓ ସେହି ହିସାବରେ କାମ କରିବାକୁ ପଡିବ ।

Share