ଦ୍ୱୀପ ଦେଲିନି, କ୍ଷମତା ନେଇଗଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ଶେଖ୍‌ ହାସିନା କ୍ଷମତାରୁ ହଟିବା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ଆମେରିକା ନିକଟରେ ସମର୍ପଣ କରିଦେଇଥିଲେ ସେ ଏବେ ବି କ୍ଷମତାରେ ରହିଥାଆନ୍ତେ। ହାସିନାଙ୍କ ଏହି ଅଭିଯୋଗ ପରେ ମାର୍ଟିନ ଆଇଲାଣ୍ଡ ଚର୍ଚ୍ଚାକୁ ଆସିଛି।
ନାରିକେଳ ଜିଞ୍ଜିରା ନାମରେ ପରିଚିତ ସେଣ୍ଟ ମାର୍ଟିନ ଆଇଲାଣ୍ଡ ବଙ୍ଗୋପସାଗରର ଉତ୍ତରପୂର୍ବରେ ଅବସ୍ଥିତ। ୫,୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପର ଆୟତନ ମାତ୍ର ୩ ବର୍ଗ କି.ମି.। କୋକ୍ସ ବାଜାର-ତନ୍‌କାଫ୍‌ ଉପଦ୍ୱୀପରୁ ୯ କି.ମି. ଦକ୍ଷିଣରେ ଏହା ରହିଛି। ବାଂଲାଦେଶର ଏକମାତ୍ର ପ୍ରବାଳ ଦ୍ୱୀପ ହୋଇଥିବାରୁ ଏହାର ନୀଳ ସ୍ବଚ୍ଛ ଜଳ, ବିବିଧ ସାମୁଦ୍ରିକ ଜୀବ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେଣ୍ଟ ମାର୍ଟିନ ଦ୍ୱୀପକୁ ନେଇ ଅତୀତରେ ବାଂଲାଦେଶ ଓ ମ୍ୟାନ୍‌ମାର ମଧ୍ୟରେ ଅନେକ ବିବାଦ ସୃଷ୍ଟି ହୋଇଛି। ୨୦୧୨ରେ ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଫର୍‌ ଦି ଲ ଅଫ୍‌ ଦି ସି (ଆଇଟିଏଲ୍‌ଓଏସ୍‌) ଏହାକୁ ବାଂଲାଦେଶର ଅଂଶ ବୋଲି ରାୟ ଦେଇଥିଲେ। ହାସିନାଙ୍କ ଅଭିଯୋଗ ଭାରତ ମହାସାଗର ଚାଇନାର ରଣନୀତିକୁ ଫୋକସ୍‌କୁ ଆଣିଛି। ଭାରତର ମୁକାବିଲା ପାଇଁ ଏଠାରେ ଚାଇନା ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଅନେକ ସାମରିକ ଘାଟି ଓ ଆର୍ଥିକ କରିଡୋର ନିର୍ମାଣ କରିବାକୁ ଚାହୁଁଛି। ଭାରତ ମହାସାଗରରେ ଚାଇନାର ଉପସ୍ଥିତି ବୃଦ୍ଧି ଓ୍ବାଶିଂଟନ୍‌ ପାଇଁ ମଧ୍ୟ ସତର୍କଘଣ୍ଟି ସଦୃଶ। ଆମେରିକାର ଇଣ୍ଡୋ-ପାସିଫିକ୍‌ ରଣନୀତିରେ ଭାରତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri