Posted inଜାତୀୟ

ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ

ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବୁଧବାର ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମ୍‌ଆଇ ୧୭ ଦୁର୍ଘଟଣାରେ ଜେନରାଲ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ଶହୀଦ ହୋଇଛନ୍ତି । ବାୟୁସେନା ପକ୍ଷରୁ ଏହି ସୂଚନା ମିଳିବା ପରେ ଆମେରିକା ଦୂତାବାସ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା । ଆମେରିକା ଦୂତାବାସ ପକ୍ଷରୁ ରାୱତଙ୍କ ପରିବାର ଓ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଅନ୍ୟମାନଙ୍କ ପରିବାର ପ୍ରତି ଗଭିର ସମବେଦନା ବ୍ୟକ୍ତ କରାଯାଇଛି । ଆମେରିକା ଦୂତାବାସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଜେନରାଲ ରାୱତ ଭାରତୀୟ ସେନାରେ ପରିବର୍ତ୍ତନର ଏକ ଐତିହାସିକ ଯୁଗର ନେତୃତ୍ୱ ନେଇଥିଲେ । ରାୱତ ଆମେରିକାର ଜଣେ ଭଲ ବନ୍ଧୁ ଓ ସହଯୋଗୀ ଥିଲେ । ଯିଏକି ଆମେରିକା ସେନା ଓ ଭାରତ ସହ ବଢିଥିବା ପ୍ରତିରକ୍ଷା ସହଯୋଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ ସେପ୍ଟେମ୍ବରରେ ସେ ଆମେରିକା ଗସ୍ତ କରିଥିବା ସମୟରେ ସେନା ବିକାଶ ଓ ସମାନ ବିଚାରଧାରା ଥିବା ଦେଶସହ ସହଯୋଗ ବୃଦ୍ଧିର ଅବସରକୁ ନେଇ ଚର୍ଚ୍ଚା କରିଥିଲେ ।
ରୁଷିଆର ରାଷ୍ଟ୍ରଦୂତ ନିକୋଲାଏ କୁଦାଶେୱ କହିଛନ୍ତି ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି । ଭାରତ ତା’ର ମହାନ ଦେଶଭକ୍ତ ଓ ଜଣେ ସମର୍ପିତ ନାୟକଙ୍କୁ ହରାଇଲା । ସେ ଟୁଇଟ୍ କରି କହିଛନ୍ତି ରୁଷିଆ ତା’ର ଜଣେ ନିକଟତର ବନ୍ଧୁଙ୍କୁ ହରାଇଲା । ବିଦାୟ ବନ୍ଧୁ । ବିଦାୟ କମାଣ୍ଡର । ଭାରତରେ ଥିବା ଅଷ୍ଟ୍ରେଲିୟାର ରାଷ୍ଟ୍ରଦୂତ ବୈରି ଓ ଫେରେଲ ରାୱତଙ୍କ ପରଲୋକରେ ସମବେଦନା ଜଣାଇବା ସହ ଜେନରାଲ ରାୱତଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଅଷ୍ଟ୍ରେଲିୟା ସମ୍ପର୍କ ଖୁବ୍ ମଜଭୁତ ହୋଇଥିଲା ବୋଲି କହିଛନ୍ତି ।
ସେହିପରି ପାକିସ୍ତାନ ସେନାର ପ୍ରବକ୍ତା ଟୁଇଟରରେ ଏକ ସଂକ୍ଷିପ୍ତ ପୋଷ୍ଟ କରି କରିଛନ୍ତି, ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଜେନରାଲ ନଦିମ ରଜା ଓ ସେନାଧ୍ୟକ୍ଷ ଜେନରାଲ କମର ଜାବେଦ ବାଜୱା ସମବେଦନା ଜ୍ଞାପନ କରିଛନ୍ତି ।
ଫ୍ରାନ୍ସର ରାଷ୍ଟ୍ରଦୂତ ଏମେନୁଏଲ ଲେନିନ ବି ଟୁଇଟ୍ କରି ରାୱତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସମ୍ବନ୍ଧରେ ରାୱତଙ୍କ ସମର୍ଥନକୁ ଫ୍ରାନ୍ସ ସବୁବେଳେ ମନେ ରଖିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri