ଭାରତକୁ ୧୪୦୦ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ନ୍ୟୁୟର୍କ, ୧୭।୧୧: ଆମେରିକା ପକ୍ଷରୁ ୧୦୦ ଲକ୍ଷ ଡଲାର ମୂଲ୍ୟର ୧୪୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ଭାରତକୁ ହସ୍ତାନ୍ତର କରାଯାଇଛି। ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ ଏହି ପ୍ରାଚୀନ କଳାକୃତିଗୁଡ଼ିକର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଥିବା ନେଇ ସ୍ଥାନୀୟ ମ୍ୟାନ୍‌ହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇ ସୂଚନା ଦିଆଯାଇଛି। ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ କନସୁଲେଟ ଜେନେରାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଆଗାମୀ ମାସଗୁଡ଼ିକରେ ମଧ୍ୟ ଭାରତରୁ ଚୋରାଚାଲାଣ ହୋଇଥିବା ୬୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ଏହି ବିବୃତିରେ କୁହାଯାଇଛି। ନିକଟରେ ନ୍ୟୁୟର୍କ ମେଟ୍ରୋ ପଲିଟାନ ମ୍ୟୁଜିୟମ ଅଫ୍‌ ଆର୍ଟରେ ପ୍ରଦର୍ଶିତ ହୋଇଥିବା କିଛି କଳାକୃତି ମଧ୍ୟ ଏହି ୧୪୦୦ ପ୍ରାଚୀନ କଳାକୃତି ମଧ୍ୟରେ ସ୍ଥାନ ପାଇଛି। ଫେରାଯାଇଥିବା ଏହି ବସ୍ତୁଗୁଡ଼ିକ ମଧ୍ୟରେ ବାଲୁକା ପଥରରେ ନିର୍ମିତ ଏକ ଦିବ୍ୟ ନୃତ୍ୟଶିଳ୍ପୀଙ୍କ ମୂର୍ତ୍ତି ରହିଛି। ଉକ୍ତ ମୂର୍ତ୍ତିକୁ ମଧ୍ୟପ୍ରଦେଶରୁ ଚୋରାଚାଲାଣ କରାଯାଇ ଲଣ୍ଡନକୁ ଅଣାଯାଇଥିଲା। ପରେ ଏହାକୁ ବିକ୍ରି କରିଦିଆଯାଇଥିଲା। ନ୍ୟୁୟର୍କରେ ଚୋରାଚାଲାଣ ବେପାରକୁ ନେଇ ଚାଲିଥିବା ତଦନ୍ତର ଏକ ଅଂଶ ଭାବରେ ଏହି କଳାକୃତିଗୁଡ଼ିକୁ ଉଦ୍ଧାର କରାଯାଇଥିଲା ବୋଲି ମ୍ୟାନ୍‌ହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନିଙ୍କ କାର୍ଯ୍ୟାଳୟ କହିଛି।

ପ୍ରକାଶ ଯେ, ପ୍ରାଚୀନ କଳାକୃତିଗୁଡ଼ିକର ବେଆଇନ କାରବାରକୁ ନିୟନ୍ତ୍ରଣ କରିବା ଦିଗରେ ଗତ ଜୁଲାଇ ମାସରେ ଭାରତ ଏବଂ ଆମେରିକା ‘ସାଂସ୍କୃତିକ ସମ୍ପତ୍ତି ଚୁକ୍ତି’ରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ପୁଟିନଙ୍କ ଗସ୍ତରୁ ଭାରତକୁ ମିଳିଲା ବଡ଼ ଲାଭ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଶୁକ୍ରବାର (ଡିସେମ୍ବର ୫, ୨୦୨୫) ମସ୍କୋ ଅଭିମୁଖେ ଯାତ୍ରା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri