ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର ଫାଇନାନ୍ସିଆଲ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ୟୁକ୍ରେନ ଯୁଦ୍ଧରେ ମସ୍କୋ ବ୍ୟବହାର କରୁଥିବା ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ସହିତ ମାନବ ବିହୀନ ବିମାନ ପାଇଁ ସ୍ପେୟାର ପାର୍ଟସ ଯୋଗାଣ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଚାପ ପକାଉଛି ବୋଲି ଇରାନର ଜଣେ ଅଧିକାରୀ କହିଥିବା ରିପୋର୍ଟରେ ଦର୍ଶାଯାଇଛି।

ହ୍ବାଇଟ ହାଉସ ଏବଂ ଇରାନର ବୈଦେଶିକ ମନ୍ତ୍ରଣାଳୟ ମତାମତ ପାଇଁ ରଏଟର୍ସ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ କୌଣସି ସୂଚନା ମିଳି ପାରି ନାହିଁ।

ୱାଶିଂଟନ ଏବଂ ଇରାନ ଉତ୍ତେଜନାକୁ ହ୍ରାସ କରିବାକୁ ଏବଂ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ଆଲୋଚନାକୁ କରାଯିବା ଊପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏହି ଖବର ଆସିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ବଢୁଥିବା ଆଣବିକ ବିପଦକୁ ହ୍ରାସ କରିବା ପାଇଁ ଇରାନର ଯେ କୌଣସି ପଦକ୍ଷେପକୁ ସେ ସ୍ବାଗତ କରିବେ।

ଗତ ସପ୍ତାହରେ କଏଦୀ ବିନିମୟ ଚୁକ୍ତି ଉପରେ ହୋଇଥିବା ଆଲୋଚନା ସହିତ ଏହି ଆଲୋଚନା ମଧ୍ୟ ହୋଇଛି ବୋଲି ଖବରକାଗଜରେ କୁହାଯାଇଛି। ଇରାନରେ ବନ୍ଦୀ ହୋଇଥିବା ଚାରିଜଣ ଆମେରିକୀୟ ନାଗରିକଙ୍କୁ ତେହେରାନର ଇଭିନ ଜେଲରୁ ନଜରବନ୍ଦ କରିବାକୁ ଅନୁମତି ଦେଇଥିବାବେଳେ ପଞ୍ଚମ ବ୍ୟକ୍ତି ଜଣକ ପୂର୍ବରୁ ବନ୍ଦୀ ଅବସ୍ଥାରେ ଥିଲେ।

ଗତ ସପ୍ତାହରେ, ରଏଟର୍ସକୁ ସୂତ୍ରରୁ ପ୍ରକାଶ ଦକ୍ଷିଣ କୋରିଆରେ ୬ ବିଲିୟନ ଡଲାରର ଫ୍ରିଜ୍‌ ହୋଇଥିବା ଇରାନ ପାଣ୍ଠିକୁ ମୁକ୍ତ ହେବା ପାଇଁ ଏକ ଚୁକ୍ତିନାମାର ଅଂଶ ଭାବରେ ଇରାନ ଗିରଫ ହୋଇଥିବା ପାଞ୍ଚ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri