ହେବ ଭୟଙ୍କର ଯୁଦ୍ଧ! ସେନାକୁ ଏମିତି ନିର୍ଦ୍ଦେଶ ଦେଲେ ଟ୍ରମ୍ପ, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ଗୋଟିଏ ପଟେ, ଆମେରିକା ଭେନେଜୁଏଲା ସହିତ ଲଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ଅନ୍ୟପଟେ, ସେ ତାଙ୍କ ସୈନ୍ୟବାହିନୀକୁ ଏକ ଆଫ୍ରିକୀୟ ଦେଶ ବିରୁଦ୍ଧରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ନାଇଜେରିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଆମେରିକାର ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନାଇଜେରିଆ ସରକାର ଦେଶର ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ଯଦି ନାଇଜେରିଆ ସରକାର ଖ୍ରୀଷ୍ଟିଆନମାନଙ୍କ ହତ୍ୟା ବନ୍ଦ କରିବାରେ ବିଫଳ ହୁଏ, ତେବେ ଆମେରିକା ତୁରନ୍ତ ନାଇଜେରିଆକୁ ସମସ୍ତ ସହାୟତା ବନ୍ଦ କରିବ। ଆମେ ସେହି କୁଖ୍ୟାତ ଦେଶକୁ ଯାଇ ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ। ମୁଁ ପ୍ରତିରକ୍ଷା ବିଭାଗକୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ଆକ୍ରମଣ ହୁଏ, ତେବେ ଏହା ଦ୍ରୁତ, ବିପଜ୍ଜନକ ଏବଂ ନିର୍ଣ୍ଣାୟକ ହେବ – ଯେପରି ଏହି ଆତଙ୍କବାଦୀମାନେ ଆମର ପ୍ରିୟ ଖ୍ରୀଷ୍ଟିଆନମାନଙ୍କୁ ଆକ୍ରମଣ କରନ୍ତି।

ଟ୍ରମ୍ପଙ୍କ ବୟାନ ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନାଇଜେରିଆକୁ ଧାର୍ମିକ ଅସହିଷ୍ଣୁ ଦେଶ ଭାବରେ ଚିହ୍ନିତ କରିବା ଭୁଲ। ଟିନୁବୁ କହିଛନ୍ତି ଯେ ଧାର୍ମିକ ସ୍ବାଧୀନତା ଏବଂ ସହିଷ୍ଣୁତା ଆମର ପରିଚୟର ଅଂଶ। ନାଇଜେରିଆ ସମସ୍ତ ଧର୍ମର ନାଗରିକଙ୍କ ସୁରକ୍ଷାକୁ ଗ୍ୟାରେଣ୍ଟି ଦିଏ। ନାଇଜେରିଆରେ ଖ୍ରୀଷ୍ଟିଆନିଟି ଏକ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଏହା ପଛରେ ମୌଳବାଦୀ ଇସଲାମିକ ଆତଙ୍କବାଦୀ ଅଛନ୍ତି ବୋଲି ଟ୍ରମ୍ପଙ୍କ ବୟାନର ଜବାବରେ ସେ ଏହି ବୟାନ ଦେଇଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri