ପେନ୍‌ସନ ନିୟମରେ ସଂଶୋଧନ: ବଢ଼ିଲା ଗ୍ରାଚୁଇଟି ପରିମାଣ

ଭୁବନେଶ୍ୱର,୩୧ା୫ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ଦିଗରେ ନିୟମରେ ସଂଶୋଧନ କରାଯିବା ସହିତ ସରକାରୀ ଚାକିରିଆଙ୍କ ପରିବାରକୁ ଏକପ୍ରକାର ସୁରକ୍ଷା ବଳୟ ଭିତରକୁ ନିଆଯାଇଛି।
ଗୁରୁବାର ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଏଣିକି ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।
ସେହିପରି ଯେଉଁ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥିବ, ମାତ୍ର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବେ ସେ କ୍ଷେତ୍ରରେ ସଂପୃକ୍ତ ଚାକିରିଆଙ୍କୁ ପେନ୍‌ସନ ମିଳିପାରିବ। ମାତ୍ର ପୂର୍ବରୁ ଉକ୍ତ ମାମଲାର ନିର୍ଯାସ କିମ୍ବା ଚୂଡାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ପେନ୍‌ସନ ମିଳୁ ନ ଥିଲା।
ସଂଶୋଧନ ଅନୁଯାୟୀ, ପୂର୍ବରୁ ସରକାରୀ ଚାକିରିଆମାନେ ଅବସର ବେଳେ ଅତି ବେଶିରେ ୧୫ଲକ୍ଷ ଟଙ୍କା ଗ୍ରାଚୁଇଟି ବାବଦକୁ ପାଉଥିବାବେଳେ ଏବେ ଏହି ପରିମାଣ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଚାରପତିଙ୍କ କ୍ଷେତ୍ରରେ ଏହା ୨୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଦିବ୍ୟାଙ୍ଗମାନେ ଜୀବନସାରା ଫ୍ୟାମିଲି ପେନ୍‌ସନ ପାଇବେ। ଏହାବାଦ୍‌ ବିଧବା ଓ ସ୍ବାମୀ ପରିତ୍ୟକ୍ତାମାନେ ଫ୍ୟାମିଲି ପେନ୍‌ସନ ପାଇବାକୁ ରହିଥିବାବେଳେ ଦିବ୍ୟାଙ୍ଗ ଝିଅ ବାହାଘର ପରେ ଏଣିକି ପେନ୍‌ସନ ପାଇପାରିବ। ଏହାବାଦ୍‌ ପେନ୍‌ସନ ନିୟମରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଣାଯାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri