ପେନ୍‌ସନ ନିୟମରେ ସଂଶୋଧନ: ବଢ଼ିଲା ଗ୍ରାଚୁଇଟି ପରିମାଣ

ଭୁବନେଶ୍ୱର,୩୧ା୫ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ଦିଗରେ ନିୟମରେ ସଂଶୋଧନ କରାଯିବା ସହିତ ସରକାରୀ ଚାକିରିଆଙ୍କ ପରିବାରକୁ ଏକପ୍ରକାର ସୁରକ୍ଷା ବଳୟ ଭିତରକୁ ନିଆଯାଇଛି।
ଗୁରୁବାର ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଏଣିକି ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।
ସେହିପରି ଯେଉଁ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥିବ, ମାତ୍ର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବେ ସେ କ୍ଷେତ୍ରରେ ସଂପୃକ୍ତ ଚାକିରିଆଙ୍କୁ ପେନ୍‌ସନ ମିଳିପାରିବ। ମାତ୍ର ପୂର୍ବରୁ ଉକ୍ତ ମାମଲାର ନିର୍ଯାସ କିମ୍ବା ଚୂଡାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ପେନ୍‌ସନ ମିଳୁ ନ ଥିଲା।
ସଂଶୋଧନ ଅନୁଯାୟୀ, ପୂର୍ବରୁ ସରକାରୀ ଚାକିରିଆମାନେ ଅବସର ବେଳେ ଅତି ବେଶିରେ ୧୫ଲକ୍ଷ ଟଙ୍କା ଗ୍ରାଚୁଇଟି ବାବଦକୁ ପାଉଥିବାବେଳେ ଏବେ ଏହି ପରିମାଣ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଚାରପତିଙ୍କ କ୍ଷେତ୍ରରେ ଏହା ୨୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଦିବ୍ୟାଙ୍ଗମାନେ ଜୀବନସାରା ଫ୍ୟାମିଲି ପେନ୍‌ସନ ପାଇବେ। ଏହାବାଦ୍‌ ବିଧବା ଓ ସ୍ବାମୀ ପରିତ୍ୟକ୍ତାମାନେ ଫ୍ୟାମିଲି ପେନ୍‌ସନ ପାଇବାକୁ ରହିଥିବାବେଳେ ଦିବ୍ୟାଙ୍ଗ ଝିଅ ବାହାଘର ପରେ ଏଣିକି ପେନ୍‌ସନ ପାଇପାରିବ। ଏହାବାଦ୍‌ ପେନ୍‌ସନ ନିୟମରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଣାଯାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri