ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫ ଜଣ ଗୁରୁତର ହୋଇ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ବୌଦ୍ଧ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଆମ୍ବୁଲାନ୍ସ କର୍ମଚାରୀ ମାନଭଞ୍ଜନ ସାହୁ।

ମିଳିଥିବା ସୂଚନାନୁସାରେ, ବୌଦ୍ଧରୁ ଏକ ୧୦୮ ଆମ୍ବୁଲାନ୍ସ(ଓଡି-୦୨-ବିଏଚ୍‌-୨୮୯୮) ଜଣେ ରୋଗୀଙ୍କୁ ନେଇ ବୁର୍ଲା ଭୀମସାରକୁ ଆସୁଥିବାବେଳେ ଶନିବାର ଭୋର୍‌ ସାଢ଼େ ୫ଟା ସମୟରେ ମହୁଲପାଲି ନିକଟ ଜାତୀୟ ରାଜପଥ(୫୫) ପାଶର୍‌ବରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକ ପାର୍ଶ୍ୱସ୍ଥ ସମ୍ମୁଖ ସିଟ୍‌ରେ ବସିଥିବା କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାସହ ଚାଳକ ଓ ରୋଗୀଙ୍କ ସହ ଏଥିରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଯୁଯୋମୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ଭୀମସାରକୁ ପଠାଇଛି। ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୋଲିସ ଜବତ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri