Categories: ଫୁରସତ

ମନ୍ଦିରକୁ ଦେଢ଼ କୋଟି ଦାନକଲେ ଅମ୍ବାନୀ

ତିରୁପତି: ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିଛନ୍ତି। ସାନ ପୁଅ ଅନନ୍ତଙ୍କ ଭାବିସ୍ତ୍ରୀ ରାଧିକା ମର୍ଚାଣ୍ଟ ଏବଂ ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅମ୍ବାନୀଙ୍କ ସହ ମନ୍ଦିର ଦର୍ଶନ କରିଛନ୍ତି। ମନ୍ଦିର ଦର୍ଶନ ପରେ ଅମ୍ବାନୀ ୧.୫ କୋଟି ଟଙ୍କା ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ଟ୍ରଷ୍ଟକୁ ଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିର ସମେତ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଏହି ଟ୍ରଷ୍ଟ ଅଧୀନରେ ଆସୁଛି। ମନ୍ଦିରରେ ପ୍ରାର୍ଥନା କରିବା ସାଙ୍ଗକୁ ପରିସରରେ ଥିବା ହାତୀଙ୍କୁ ଖାଦ୍ୟ ଖୁଆଇ ଥିଲେ ମୁକେଶ ଓ ରାଧିକା। ମନ୍ଦିର ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି, ଯାହାପାଇଁ ଭାରତୀୟ ବେଶ୍‌ ଗର୍ବିତ। ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ପାଇଁ ମୁକେଶ ମନ୍ଦିର ଆସିଥିବା କହିଛନ୍ତି।

Share