Categories: ବାଣିଜ୍ୟ

ଫୁଡ ଡେଲିଭରି ପରେ ଭାରତରେ ଏହି ସେବା ବନ୍ଦ କରିବ ଆମାଜନ

ନୂଆଦିଲ୍ଲୀ,୨୯।୧୧: ଦୁନିଆର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତରେ ନିଜର ଡିଷ୍ଟ୍ରିବ୍ୟଶନ୍‌ ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫୁଡ ଡେଲିଭରି ଓ ଶିକ୍ଷା ସେବା ବନ୍ଦ କରିବା ପରେ ନିଆଯାଇଛି। କାରଣ କମ୍ପାନୀ ଏବେ ନିଜ ମୁଖ୍ୟ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଯେଉଁଥିପାଇଁ ବର୍ତ୍ତମାନ ସେ ନିଜର ଅବଶିଷ୍ଟ ସେବାକୁ ବନ୍ଦ କରିବାକୁ ଯାଉଛି। ଆଗାମୀ ସମୟରେ ବୈଷୟିକ ବିମୁଦ୍ରାକରଣ ଯୋଗୁ ସମଗ୍ର ବିଶ୍ୱରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ଏଭଳି ସ୍ଥିତିରେ କମ୍ପାନୀ ନିଜର ମୁଖ୍ୟ ବ୍ୟବସାୟକୁ ଭଲ ଭାବେ ପରିଚାଳନା କରିବାକୁ ଚାହୁଁଥିବାରୁ ଅନ୍ୟ ବାକି ବ୍ୟବସାୟକୁ ବନ୍ଦ କରିବାକୁ ଯାଉଛି। ସୂଚନା ମୁତାବକ, ଆମାଜନର ଡିଷ୍ଟ୍ରିବ୍ୟୁଶନ୍‌ ସେବା ମୁଖ୍ୟତଃ ବେଙ୍ଗାଲୁରୁ, ହୁବଳି ଏବଂ ମୈସୁର ଭଳି ସହରରେ ରହିଥିଲା। କମ୍ପାନୀର ଏହି ସେବାରେ ୫୦ କର୍ମଚାରୀ କାମ କରୁଥିଲେ।

Share