Categories: ବାଣିଜ୍ୟ

ସେପ୍ଟେମ୍ବର ୨୩ରୁ ଆମାଜନ୍‌ ସେଲ୍‌; ଲଞ୍ଚ ହେବ ୨୦୦୦ରୁ ଅଧିକ ଉତ୍ପାଦ

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ୨୦୨୨ ସେଲ୍‌। ଏହି ସମୟରେ ବିଭିନ୍ନ ବର୍ଗରେ ୨୦୦୦ରୁ ଅଧିକ ଉତ୍ପାଦ ଲଞ୍ଚ ହେବ ବୋଲି ଇ-କମର୍ସ ପ୍ଲାଟଫର୍ମ ସୂଚନା ଦେଇଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ସାମସଙ୍ଗ, ଏଲ୍‌ଜି, ଜିଓମି, ଆପଲ୍‌ ଏବଂ ସୋନି ଭଳି ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ମଧ୍ୟ ଅନ୍ତର୍ଭୂକ୍ତ ରହିବ।

ଗ୍ରାହକମାନେ ଆମାଜନରୁ ଶପିଂ କରିବା ସମୟରେ ଆମାଜନ ପେ’ ମାଧ୍ୟମରେ ବିଲ୍‌ ପୈଠ କଲେ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମଧ୍ୟ ପାଇବେ। ବିକ୍ରୟ ସମୟରେ କମ୍ପାନୀ ଗ୍ରାହକଙ୍କୁ ବିଶେଷ ରିହାତି ଅଫର ଦେବ। ଏପରିକି ଗ୍ରାହକମାନେ ଜିଏସ୍‌ଟି ଇନ୍‌ଭଏସ୍‌ରେ ୨୮% ଅଧିକ ସଞ୍ଚୟ କରିବାକୁ ସକ୍ଷମ ହେବେ।

Share