Categories: ବାଣିଜ୍ୟ

ରାଜ୍‌ ଇଲେକ୍ଟ୍ରୋନିକ୍ସର ପାର୍ବଣ ଅଫର

ଭୁବନେଶ୍ୱର, ୭।୧୦: ରାଜ୍ୟର ୧ ନମ୍ବର ରିଟେଲ ଚେନ୍‌ ଷ୍ଟୋର ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ପାର୍ବଣ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସେଲିଂରେ ଆକର୍ଷଣୀୟ ୪୦% ପର୍ଯ୍ୟନ୍ତର ରିହାତି ଏବଂ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶ୍‌ବ୍ୟାକ୍‌ ଅଫର ଗ୍ରାହକମାନଙ୍କୁ ଦିଆଯାଉଛି। ଏହା ସହ ବିନା ସୁଧରେ ସହଜ ଫାଇନାନ୍ସ ଏବଂ କମ୍‌ କିସ୍ତିର ସୁବିଧା ଆଦି ରହିଛି। ସେହିଭଳି ଗ୍ରାହକମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉତ୍ପାଦଗୁଡ଼ିକୁ ବିନା ସୁଧରେ ନେବା ସହ କମ୍‌ ମୂଲ୍ୟର କିସ୍ତିରେ ଋଣ ପରିଶୋଧ କରିବା ଭଳି ସୁବିଧା ଷ୍ଟୋର ପକ୍ଷରୁ ଯୋଗାଇ ଦିଆଯାଉଛି। ଅପରପକ୍ଷରେ ଚଳିତ ବର୍ଷର ପୂଜା ଅଫର ଅଧିକ ଆକର୍ଷଣୀୟ ହେବାକୁ ଯାଉଛି ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। କାରଣ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫରର ଶୁଭାରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ଏମ୍‌ଡି ପ୍ରକାଶ ବିଶ୍ୱାଳ କହିଥିଲେ, ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଆକର୍ଷଣୀୟ ଅଫରର ଶୁଭାରମ୍ଭ ସହ ଗ୍ରାହକଙ୍କୁ ଉଚ୍ଚ ମାନର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସୁବିଧା ଯୋଗାଇଦେବାକୁ ଯୋଜନା କରାଯାଇଛି।

Share