ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ପାଇବେ, କାହିଁକି ଏମିତି କହିଲେ ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର,୭।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଘକୁ ନେଇ ତାଙ୍କର ବୟାନ ରଖିଥିଲେ। ଏହାପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ ପାଇବେ। ଆଇନ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଭାଜପାର ମୋହନ ଚରଣ ମାଝୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି। ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ଅଛି। ଜଙ୍ଗଲ ଯେଉଁଠି ଅଛି ଜୀବଜନ୍ତୁ ସେଠାକୁ ଯିବେ। ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି? ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା କଥା। ସବୁ ସରକାରଙ୍କ ସହଯୋଗ ଆମେ ଆଶା କରୁଛୁ। ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେଠାକାର ବନ ବିଭାଗକୁ ଧନ୍ୟବାଦ ଦେଉଛୁ।

ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ, ତେବେ ପୂର୍ବର ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଦେଇଥିବା ଏହି ପ୍ରତିକ୍ରିୟା ଉପରେ ମମତା ଓଡ଼ିଶା ସରକାର ଓ ବନ ବିଭାଗକୁ ଟାର୍ଗେଟ କରିଥିଲେ । ଜିନ୍ନତକୁ ଓଡ଼ିଶା ଫେରେଇବା ପରେ ଜୋର ଧରିଲା ରାଜନୀତି। ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବା ଅଭିଯୋଗ ଆଣିଲେ । ଯଦି ଓଡ଼ଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟରେ ବାଘକୁ ରଖିଦେବାକୁ କହି ମମତା କଟାକ୍ଷ କରିଛନ୍ତି । ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ ।

ସେ ଆହୁରି ମଧ୍ୟ କହିଥିଲେି ଓଡ଼ିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ । ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ ଅନ୍ୟ ରାଜ୍ୟକୁ ନଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri