Posted inଅପରାଧ

ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୃତକଙ୍କ ପରିବାର ଏବଂ ଅମରେଶଙ୍କ ସାଥିମାନେ। ପୋଲିସର ଦୁର୍ବଳ ତଦନ୍ତ ପାଇଁ ଏବେ ହତ୍ୟାକାରୀ ବିନା ଦଣ୍ଡରେ ଜେଲରୁ ମୁକୁଳିଯାଇିଥିବା ଅଭିଯୋଗ ହେଉଛି। ପୋଲିସ ତଦନ୍ତରେ ଅବହେଳା ଏବଂ ଚାର୍ଜସିଟରେ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇଥିବାରୁ ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଜେଲରୁ ମିକୁଳି ଯାଇଛନ୍ତି। ଯାହାଫଳରେ ମୃତକଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଜେଲରୁ ମୁକୁଳିଥିବା ଅଭିଯୁକ୍ତମାନେ ଜଣେ ଜଣେ କୁଖ୍ୟାତ ଅପରାଧିମାନେ। ତେଣୁ ସେମାନେ ଜେଲରୁ ବାହାରିବା ପରେ ଅମରେଶ ନାୟକଙ୍କ ସାଙ୍ଗ ଏବଂ ପରିବାର ଲୋକେ ଭିୟଭିତରେ ଅଛନ୍ତି। ଅଭିଯୁକ୍ତମାନେ ଗରଫ ହେବା ପରଠୁ ପରିବାର ଲୋକଙ୍କୁ ବୟାନ ବଦଳାଇବା ପାଇଁ ଧମକ ଦେଇ ଆସୁଥିଲେ। ଏପରିକି ଅମରେଶ ପରି ତାଙ୍କ ଭାଇଙ୍କୁ ହତ୍ୟା କରିବେ ବୋଲି ପରୋକ୍ଷରେ ଧମକ ଦେଇଥିଲେ। ଯେଉଁଥି ପାଇଁ ଅଭିଯୁକ୍ତମାନେ ଜାମିନରେ ଆସିବା ପୂର୍ବରୁ ପରିବାର ଲୋକେ ସାଲେପୁର ସ୍ଥିତ ଗଁାକୁ ପଳାଇଯାଇଛନ୍ତି।
ଗତ ଗୁରୁବାର ଝାରପଡା ଜେଲରୁ ଅଭିଯୁକ୍ତମାନେ ମୁକୁଳିବା ସମୟରେ ରାଜନେତା ଭଳି ବାଇକ ଚାଲି କରାଯାଇଥିଲା। ଖୋଲା ଜିପ୍‌ ଉପରେ ବସାଇ ଫୁଲ ମାଳ ପକାଇ ସ୍ବାଗତ କରାଯାଇଥିଲା। ଏପରିକି ଝାରପଡା ଜେଲରୁ ଏୟାରଫିଲ୍ଡ ଅଞ୍ଚଳ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରାଯାଇ ହଙ୍ଗାମା କରିଥିଲେ ଅଭିଯୁକ୍ତମାନଙ୍କ ସମର୍ଥକା। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ ହୋଇଥିଲା।
ପୋଲିସ କୋର୍ଟରେ ଦେଇଥିବା ଚାର୍ଜସିଟରେ ଜିତେନ୍ଦ୍ର ମଲ୍ଲିକଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦୋଷୀ ବୋଲି ଦର୍ଶାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇଥିଲା। ଶବ ବ୍ୟବଛେଦ ରିପୋଟରେ ଅମରେଶଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟ ଦେଇଥିଲେ। ତେଣୁ ପ୍ରତ୍ୟେକ୍ଷ ଦର୍ଶି ବସନ୍ତ ବେଉରାଙ୍କୁ କହିବା ଅନୁଯାୟୀ ଜିତେନ୍ଦ୍ର ତାଙ୍କ ମୁଣ୍ଡକୁ ପଥରରେ ଛେଚିଥିବାରୁ ଅମରେଶଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅନ୍ୟମାନେ ତାଙ୍କୁ କେବଳ ସହଯୋଗ କରିଥିଲେ। ପୋଲିସର ଏହି ରିପୋର୍ଟକୁ ଅମରେଶଙ୍କ ସାଙ୍ଗମାନେ ମିଛ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଜାଣିଶୁଣି ବୟାନ ବଦଳାଇବାକୁ ଚାପ ପକାଇଥିଲା। ଏପରିକି ମିଛ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲା। ତେଣୁ ଭୟରେ ଆସି ପିଲାମାନେ ପୋଲିସ କହିବା ଅନୁସରରେ ବୟାନ ଦେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ରାଜନେତାଙ୍କ ବାହୁଛାୟା ତଳେ ରହୁଥିବାରୁ ପୋଲିସ ଚାର୍ଜସିଟରେ ଜଣଙ୍କ ଉପରେ ଦୋଷ ଦେଇ ଅନ୍ୟମାନଙ୍କ ଖସାଇଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ତଳକୋର୍ଟରେ ମେ ୧୨ ତାରିଖରେ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। ଏହାପରେ ଅଭିଯୁକ୍ତମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଗତସପ୍ତାହରେ ସେମାନଙ୍କୁ ଜାମିନ ମିଳିଛି। ଅନ୍ୟପଟରେ ଅଭିଯୁକ୍ତମାନେ ଜାମିନରୁ ମୁକୁଳିଥିବାରୁ ଅମରେଶଙ୍କ ସାଥିମାନେ ଉତ୍ତେଜିତ ଅବସ୍ଥାରେ ଅଛନ୍ତି। ତେଣୁ ଆଗାମୀ ଦିନରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତର ହେବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୨୭ ରାତିରେ ଦୀପାବଳୀ ଦିନ ଏକାମ୍ରକଲେଜ ପଛ ପଡିଆରେ ବାଣ ଫୁଟାଇବାକୁ ନେଇ ଅମରେଶଙ୍କୁ ହତ୍ୟା କରାଯାଇଥିଲା। ୧୦ ଜଣ ଯୁବକ ଘେରିପଡି ଅମରେଶଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏନେଇ ପୋଲିସ କେସ୍‌ ନଂ-୧୯୬/୧୯ ରୁଜୁ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri