ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା

ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ କୁମାର, ଡକ୍ଟର ନୀଳାଦ୍ରି ରୟ, ପ୍ରତିରକ୍ଷା ବିଭାଗର ଗ୍ରୁପ ମୁଖ୍ୟ ଜିସି ଜେନା, ଟେକ୍ନିକାଲ ଅଫିସର ମହେନ୍ଦ୍ର କୁମାର, ଭୁବନେଶ୍ୱର ଡିଫେନ୍ସ ଇଷ୍ଟେଟର ଏସଡ଼ିଓ ସଫିକ ଅସରଫ। ଏତଦବ୍ୟତୀତ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢାଣ ମୁର୍ମୁ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଉଡାଣ ଯୋଜନାରେ ସାମିଲ ହୋଇଥିବା ଉକ୍ତ ଏୟାରଷ୍ଟ୍ରିପର ରନୱେ ଏସିଆ ମହାଦେଶର ସର୍ବବୃହତ ରନୱେ। ପୁନଃରୁଦ୍ଧାର କାର୍ଯ୍ୟ ସରିବା ପରେ ଏଠାରୁ ବିମାନ ଉଡ଼ିବା ସ୍ବପ୍ନ ସାକାର ହେବ ବୋଲି ଆଶା ବାନ୍ଧି ବସିଥିଲେ ଅଞ୍ଚଳବାସୀ ତଥା ସମଗ୍ର ମୟୂରଭଞ୍ଜ ବାସୀ।

ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ସ୍ଥାନୀୟ ଶତାଧିକ ଅଞ୍ଚଳବାସୀ ରନୱେ ମଝିରେ ଧାରଣାରେ ବସି ରାସ୍ତା ଅଟକ ରଖିଥିଲେ। ଅଭିଯୋଗ ମୁତାବକ, ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ବିମାନ ଅବତରଣ ନିମନ୍ତେ ୧୯୪୬ ମସିହା ଠାରୁ ସ୍ଥାପିତ ହୋଇଛି ଏବଂ ଉକ୍ତ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ଯେଉଁ ପଟ୍ଟାଧାରୀମାନଙ୍କ ଜମି ବ୍ୟବହୃତ ହୋଇଛି, ସେମାନଙ୍କୁ ଏୟାରଷ୍ଟ୍ରିପ ବାବଦରେ ବାର୍ଷିକ କ୍ଷତିପୂରଣ ଦିଆଯିବ ବୋଲି ଚୁକ୍ତି ହୋଇଥିଲା ଯାହା ସେମାନଙ୍କ ଜମି ପଟ୍ଟାରେ ମଧ୍ୟ ଉଲ୍ଲେଖ ରହିଛି l କିନ୍ତୁ ଏଯାଏଁ ପଟ୍ଟାଧାରୀଙ୍କୁ କୌଣସି ସହାୟତା ମିଳିନାହିଁ। ଏହିସବୁକୁ ନେଇ ଶତାଧିକ ପରିବାର ନିଜ ନିଜର ଜମି ପଟ୍ଟା ଧରି ମଝି ରାସ୍ତାରେ ଧାରଣାରେ ବସିଥିଲେ ।

ଏହାପରେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ନ ଆସିବା କାରଣରୁ ଏୟାରଷ୍ଟ୍ରିପର ଜମି ହସ୍ତାନ୍ତର ପ୍ରକ୍ରିୟା ହୋଇ ପାରିଲା ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।
ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ସରକାର ମୟୂରଭଞ୍ଜର ବିକାଶ ଚାଁହୁ ନାହାନ୍ତି ବୋଲି କହିଛନ୍ତି। ସେହିପରି ଜିଲାପାଳଙ୍କୁ ନ ଆସିବାର କାରଣ ସେ ପଚାରିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନୁପସ୍ଥିତ ରହିବାକୁ ଚିଠି ଆସିଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri