ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ୫୭୦୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୫୧ କୋଟି ୫୦ ଲକ୍ଷ

ଛତ୍ରପୁର, ୨।୧୧(ଦିଲୀପ ସାମଲ): ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତିଭୂମି ଉନ୍ନୟନ ଏବଂ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ଓଡିଶାର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଜନାରେ ପ୍ରତି ପଞ୍ଚାୟତକୁ ଯୋଗାଇଦେବେ ୫୦ ଲକ୍ଷ ଟଙ୍କା । ଏହି ଯୋଜନା ମାଧ୍ୟମରେ ଗାଁ ଠୁ ସହର ସବୁଠି ବିକାଶର କାର୍ଯ୍ୟ ତ୍ୱରାନ୍ବିତ ହେବ ।
ଏହି ପରିପ୍ରେକ୍ଷିରେ ଗୁରବାର ଗଞ୍ଜାମ ଜିଲାର ୨୨ଟି ବ୍ଲକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ସେନେଇ ଜିଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ବ୍ଲକରେ ଏହି କାର୍ଯ୍ୟକ୍ରମ ହେବ । ୨୨ଟି ବ୍ଲକର ୫୦୩ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ପାଇଁ ୨୫୧ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ । ଆସିକା ନିର୍ବାଚନ ମଣ୍ଡଳୀର ୩୯ ପଞ୍ଚାୟତରେ ୩୬୭ଟି ପ୍ରକଳ୍ପ ପାଇଁ ୧୯ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ୫୨୪ଟି ପ୍ରକଳ୍ପ ପାଇଁ ୨୩ କୋଟି ୫୦ ଲକ୍ଷ, ଛତ୍ରପୁର ନିର୍ବାଚନ ମଣ୍ଡଳିର ୩୩ଟି ପଚାଂୟତରେ ୩୩୬ଟି ପ୍ରକଳ୍ପ ପାଇଁ ୧୬ କୋଟି ୫୦ଲକ୍ଷ, ଚିକିଟି ନିର୍ବାଚନ ମଣ୍ଡଳୀର ୪୦ ଟି ପଞ୍ଚାୟତରେ ୩୮୫ଟି ପ୍ରକଳ୍ପ ପାଇଁ ୨୦ କୋଟି, ଦିଗପହିଣ୍ଡି ନିର୍ବାଚନ ମଣ୍ଡଳୀର ୪୨ଟି ପଞ୍ଚାୟତରେ ୫୪୩ ପ୍ରକଳ୍ପ ପାଇଁ ୨୧ କୋଟି , ଗୋପାଳପୁର ନିର୍ବାଚନ ମଣ୍ଡଳୀର ୩୭ ପଞ୍ଚାୟତରେ ୪୫୨ ପ୍ରକଳ୍ପ ପାଇଁ ୧୮ କୋଟି ୫୦ ଲକ୍ଷ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୪୩ଟି ପଞ୍ଚାୟତରେ ୫୦୮ ପ୍ରକଳ୍ପ ପାଇଁ ୨୧ କୋଟି ୫୦ଲକ୍ଷ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ୪୩ଟି ପଞ୍ଚାୟତର ୫୦୧ ପ୍ରକଳ୍ପ ପାଇଁ ୨୧ କୋଟି ୫୦ ଲକ୍ଷ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୪୪ ପଞ୍ଚାୟତର ୫୦୮ ପ୍ରକଳ୍ପ ପାଇଁ ୨୨ କୋଟି, ପୋଲସରା ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ୪୯୫ଟି ପ୍ରକଳ୍ପ ପାଇଁ ୨୩ କୋଟି ୫୦ ଲକ୍ଷ, ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୪୪ଟି ପଞ୍ଚାୟତର ୪୮୨ଟି ପ୍ରକଳ୍ପ ପାଇଁ ୨୨କୋଟି, ସୋରଡା ନିର୍ବାଚନ ମଣ୍ଡଳୀର ୪୪ଟି ପଞ୍ଚାୟତର ୬୦୫ଟି ପ୍ରକଳ୍ପ ପାଇଁ ୨୨ କୋଟି ଖର୍ଚ୍ଚ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri