ଭୁବନେଶ୍ୱର, ୨୦ା୧୦: ଦୀପାବଳି ପାଇଁ ସୋମବାର ଅପରାହ୍ନରେ ‘ଆମ ବସ୍’ ଚଳାଚଳ କରିବ ନାହିଁ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ସୂଚନାନୁସାରେ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆମ ବସ୍ ଚାଲିବ। ଏହାପରଠାରୁ କୌଣସି ରୁଟ୍ରେ ଆମ ବସ୍ ଚାଲିବ ନାହିଁ।
ସେହିପରି ଯାତ୍ରୀମାନଙ୍କ ପାଇଁ ରହିଥିବା ହେଲ୍ପ ଲାଇନ୍ ସେବା ମଧ୍ୟ ଅପରାହ୍ନ ୩ଟା ଯାଏ କାର୍ଯ୍ୟ କରିବ। ମଙ୍ଗଳବାରଠାରୁ ପୂର୍ବପରି ସମସ୍ତ ରୁଟ୍ରେ ଆମ ବସ୍ ଚାଲିବ ଓ ହେଲ୍ପ ଲାଇନ୍ ସେବା ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily


