ଭୁବନେଶ୍ବର,୨୪।୧: ପୁଣି ଏକ ଦୁର୍ଘଟଣା ଘଟାଇଲା ‘ଆମ ବସ୍’। ପାତ୍ରପଡ଼ାରେ ସ୍କୁଟିକୁ ‘ଆମ ବସ’ଧକ୍କା ଦେଇଛି। ଫଳରେ ସ୍କୁଟି ଚାଳକ ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସେହିପରି ଶୁକ୍ରବାର ଜନପଥରେ ବାଇକ୍କୁ ଧକ୍କା ଦେଇଥିଲା ଆମ ବସ୍। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଥିଲେ। ୩ଟା ‘ଆମ ବସ୍’କୁ ଭାଙ୍ଗିଦେଇଥିବା ଜଣାପଡିଛି।

