ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି । ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ ଆଦମୀ ପାର୍ଟୀ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବଲାଙ୍ଗୀର ଜିଲାପାଳଙ୍କ ଜରିଆରେ NEET ପରୀକ୍ଷାରେ ଘଟିଥିବା ପେପର ଲିକ ଓ ସରକାରଙ୍କ ଅପାରକତା ବିରୋଧରେ ଏବଂ ଶିକ୍ଷ୍ୟାମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କ ଇସ୍ତଫା ଦାବି କରିଛି । ଏନେଇ ଆମ ଆଦମୀ ପରଟି ବଲାଙ୍ଗୀର ସ୍ଥିତ ଯାଦବ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳ ଅଫିସ ସମ୍ମୁଖ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ ।

ଗୁରୁତ୍ତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା NEET ରେ ହୋଇଥିବା ପେପର ଲିକ ଘଟଣା ଦେଶର ୨୨ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ୍‌କୁ ଅନ୍ଧକାରରେ ପକାଇଦେଇଛି। ଏହା ଶିକ୍ଷା ବ୍ୟବସ୍ଥାର ନିଷ୍ପକ୍ଷତା ଓ ପ୍ରତିଶ୍ରୁତି ଉପରେ ଗୁରୁତର ପ୍ରଶ୍ନ ଉଠାଇଛି । ଏହି ସରକାର ସମୟରେ ଏହି ଘଟଣା ପ୍ରଥମ ନୁହଁ ଅନେକ ଥର ବିଭିନ୍ନ ପରୀକ୍ଷାର ପେପର ଲିକ ହୋଇଛି, ଏହି ସରକାର ସମୟରେ ପେପର ଲିକ ହାପ୍ ସେଞ୍ଚୁରୀ କ୍ରସ କରିସାରିଛି, ଯାହା ଫଳରେ NEET ପରୀକ୍ଷା ବାତିଲ ହେବା ପରେ ୧୭ ଜଣ ଛାତ୍ରୀଙ୍କ ଜୀବନ ଚାଲିଯାଇଛି l କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ରେ ୨୦୨୧, ୨୦୨୪,୨୦୨୬ ରେ ଅନେକ ଥର ପେପର ଲିକ ହୋଇଛି । ଗତ ପାଞ୍ଚ ବର୍ଷରେ ୪ ଥର NEET ପରୀକ୍ଷା ପେପର ଲିକ ହେବା ପରେ ମଧ୍ୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରାଯିବା ଏହା ସ୍ପଷ୍ଟ କରୁଛି ଭାଜପା ସରକାର ହେଉଛି ଶିକ୍ଷା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ।
ତୁରନ୍ତ ସରକାର ସ୍ପେସିଆଲ ଟିମ ଗଠନ କରି ତଦନ୍ତ କରୁ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବଲାଙ୍ଗୀର ଆମ ଆଦମୀ ପାର୍ଟି ପକ୍ଷରୁ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆପ୍ ବଲାଙ୍ଗୀର ଜିଲା ସମ୍ପାଦକ ଜୟପ୍ରକାଶ ମିଶ୍ର, ମାଇନୋରିଟି ବିଙ୍ଗ ସଭାପତି ଅଶୋକ ସୁନା, ୟୁଥ ବିଙ୍ଗ ଇନଚାର୍ଜ ରମାକାନ୍ତ ବେହେରା, ବଲାଙ୍ଗୀର ବିଧାନସଭା ଜୋଇଁଣ୍ଟ ସେକ୍ରେଟାରୀ କାଁହୁ କରଣ, ଲୋଇସିଂହା ବିଧାନସଭା ଜୋଇଁଣ୍ଟ ସେକ୍ରେଟାରୀ ପଙ୍କଜ ସାହୁ, ଆପ୍ ବଲାଙ୍ଗୀର ନଗର ସମ୍ପାଦକ ପ୍ରମୋଦ କୁମାର ବହିଦାର, ଲୋଇସିଂହା ସଭାପତି ରୋହିତ ପାଣ୍ଡେ, ବଲାଙ୍ଗୀର ବିଧନସଭା ସଦାଶିବ ମେହେର ଖପ୍ରାଖୋଲ ବ୍ଲକ ସଭାପତି ଲେକ୍ରୁ ଭୋଇ, ଲୋଇସିଂହା ଦିଲ୍ଲିପ ପଧାନ, ପୁଇଁତଲା ବ୍ଲକ ସତ୍ୟନାରାୟଣ ଛତ୍ରିଆ ଏବଂ ପାର୍ଟିର ସକ୍ରିୟ ସଦସ୍ୟ, ପ୍ରଶାନ୍ତ ରଣା , ସୁମନ୍ତ ବାଗ, ଉଦୟନାଥ ପଟେଲ,ପ୍ରଦିପ ନାଗ, ସୂର୍ଯ୍ୟନାରାୟନ ନୈକ, ବିଦେଶୀ ସୁନା, ରମେଶ ବେହେରା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର କୁ ଦୃଢ ନିନ୍ଦା କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?