ଆଲୁମିନିୟମ ଫଏଲ ପ୍ରସ୍ତୁତ କରିବ ଶ୍ୟାମ ମେଟାଲିକ୍ସ

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଏସ୍‌-ଇ-ଏଲ୍‌ ଟାଇଗର ଟିଏମ୍‌ଟି ରି-ବାର୍ସ ନିର୍ମାତା ଓ ବିକ୍ରେତା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍‌ ଲିଥିୟମ-ଆୟନ ସେଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବ୍ୟାଟେରି-ଗ୍ରେଡ୍‌ ଆଲୁମିନିୟମ ଫଏଲ ନିର୍ମାଣ ସହ ଶକ୍ତି ମହଜୁଦ କ୍ଷେତ୍ରକୁ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। କୋଲକାତାଠାରେ ଅବସ୍ଥିତ ଶ୍ୟାମ ମେଟାଲିକ୍ସ ସମନ୍ବିତ ଧାତୁ ଉପତ୍ାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିଛି ଏବଂ ଏହା ଭାରତ ସରକାରଙ୍କ ଆମତ୍ନିର୍ଭର ଭାରତ ପ୍ରୟାସରେ ବ୍ୟାଟେରି ଶକ୍ତି ମହଜୁଦ କ୍ଷେତ୍ର ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଘରୋଇ ଅବଦାନକାରୀ ଭୂମିକା ନେବାକୁ ଯାଉଛି।

ଶିଳ୍ପରେ ଅନେକ କ୍ଷେତ୍ରରେ ନବୋନ୍ମେଷକାରୀ ଶ୍ୟାମ ମେଟାଲିକ୍ସ ନିଜର ସର୍ବାଧୁନିକ ଏସ୍‌-ଇ-ଏଲ୍‌ ଟାଇଗର ଟିଏମ୍‌ଟି ରି-ବାର୍‌ ସହ ନିର୍ମାଣ ଶିଳ୍ପରେ ବିପ୍ଳବ ସୃଷ୍ଟି କରିବା ନେଇ ବିଶେଷ ସୁଖ୍ୟାତି ଅର୍ଜନ କରିଛି ଏବଂ ଏହା ବିବିଧ ଶିଳ୍ପ ପ୍ରୟୋଗ ନିମନ୍ତେ ଆଲୁମିନିୟମ ଫଏଲର ଏକ ପ୍ରମୁଖ ଉପତ୍ାଦନକାରୀ ଏବଂ ରପ୍ତାନିକାରୀ ହୋଇଛି। ବାର୍ଷିକ ପ୍ରଭାବୀ ୨୦,୦୦୦ ଟନ୍‌ ଉପତ୍ାଦନ କ୍ଷମତା ଥିବା ଶ୍ୟାମ ମେଟାଲିକ୍ସ ବିଶ୍ୱ ଲିଥିୟମ-ଆୟନ ସେଲ୍‌ ବଜାରରେ କଞ୍ଚାମାଲ କ୍ଷେତ୍ରରେ ଭାରତ ପାଇଁ ଏକ ଉଲ୍ଲେଖନୀୟ ଅଂଶ ସୁରକ୍ଷିତ କରିବାକୁ ସମର୍ଥ ଏବଂ ୨୦୩୦ ସୁଦ୍ଧା ଏହାର କ୍ଷମତା ବାର୍ଷିକ ୬୫୦୦ ଜିଡବ୍ଲ୍ୟୁଏଚ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ବ୍ୟାପକ ବର୍ଗର ବୈଦ୍ୟୁତିକ ଯାନବାହନ ଏବଂ ଶକ୍ତି ମହଜୁଦ ବ୍ୟବସ୍ଥାକୁ ଶକ୍ତି ଯୋଗାଉଥିବା ୧ ଜିଡବ୍ଲ୍ୟୁଏଚ୍‌ (ଗିଗାୱାଟ୍‌-ଆୱାର) ଏଲ୍‌ଏଫ୍‌ପି (ଲିଥିୟମ-ଆଇରନ-ଫସ୍‌ଫେଟ୍‌) ସେଲ୍‌  ନିମନ୍ତେ ୩୫୦ ଟନ ଅତି ଉଚ୍ଚ ଶୁଦ୍ଧତା ଏବଂ ସମାନ ମୋଟେଇ ଥିବା ଆଲୁମିନିୟମ ଫଏଲ ଆବଶ୍ୟକ, ଯାହା ଏକ ପଜିଟିଭ (କ୍ୟାଥୋଡ୍‌) କରେଣ୍ଟ ସଂଗ୍ରହକାରୀ ଭାବେ କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri