ଭୁବନେଶ୍ୱର,୮।୮ : ଆକ୍ସିସ୍ ବ୍ୟାଙ୍କ ଏବଂ ଅଲ୍ଟିଗ୍ରିନ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକମାନଙ୍କୁ ସୁହାଇବା ଭଳି ସ୍ବତନ୍ତ୍ର ଫାଇନାନ୍ସ ସୁବିଧା ପ୍ରଦାନ କରିବାସହ କାରବାର ବୃଦ୍ଧି ଆଦି ସମ୍ପର୍କରେ ଉକ୍ତ ସହଭାଗିତା ସ୍ଥାପନ ହୋଇଛି। ଏ ସମ୍ପର୍କରେ ଅଲ୍ଟିଗ୍ରିନ୍ର ସିଏଫ୍ଓ ଶୈଳେନ୍ଦ୍ର ଗୁପ୍ତା କହିଛନ୍ତି, ଆକ୍ସିସ୍ ବ୍ୟାଙ୍କର ରିଟେଲ ଫାଇନାନ୍ସ ସୁବିଧାକୁ ଉପସ୍ଥାପନ କରିଥିବାରୁ ଆମେ ବହୁତ ଖୁସି। ବର୍ତ୍ତମାନ ଅଲ୍ଟିଗ୍ରିନ୍ର ଗ୍ରାହକମାନେ ବ୍ୟାଙ୍କର ଆର୍ଥିକ ସମାଧାନ ସେବାକୁ ହାସଲ କରିପାରିବେ। ଆମର ଉଲ୍ଲେଖନୀୟ ବିକ୍ରି ପରବର୍ତ୍ତୀ ସେବା ଏବଂ ଆକ୍ସିସ୍ ବ୍ୟାଙ୍କର ଫାଇନାନ୍ସ ସେବାକୁ ନେଇ ଆମେ ଆମ ଗ୍ରାହକଙ୍କୁ ଉତ୍କର୍ଷ ପ୍ରଦାନ ଜାରି ରଖିବୁ। ସେହିଭଳି ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକ୍ୟୁଟିଭ୍ ଓ ରିଟେଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ସୁମିତ ବାଲି କହିଛନ୍ତି, ଅଲ୍ଟିଗ୍ରିନ୍ ସହିତ ସହଭାଗିତା ସ୍ଥାପନ କରି ଆମେ ବହୁତ ଖୁସି। ବିଶେଷ କରି ପରିବେଶ ଅନୁକୂଳ ଗମନାଗମନ ସମାଧାନର ପ୍ରସାର କରିବାର ମିଳିତ ଲକ୍ଷ୍ୟ ଆମର ରହିଛି। ଇଲେକ୍ଟ୍ରିକ୍ ଯାନ ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱ ଦେଉଥିବା ବେଳେ ଏହି ସହଭାଗିତା ଜରିଆରେ ଆମେ ଆମର ଇଏସ୍ଜି ପ୍ରତିବଦ୍ଧତା ଆଡ଼କୁ ଆଉ କିଛି ପାଦ ଅଗ୍ରସର ହୋଇଛୁ। ଆମେ ଅଲ୍ଟିଗ୍ରିନ୍ର ଗ୍ରାହକମାନଙ୍କୁ ଉଭୟ ପାଇକାରୀ ଓ ଖୁଚୁରା କ୍ଷେତ୍ରରେ ସୁହାଇବା ଭଳି ଆର୍ଥିକ ସମାଧାନ ପ୍ରଦାନ ଜାରି ରଖିବୁ।
୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ
ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…
“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ
ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…
ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…
ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….
ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…
ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?
ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…
ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ
ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…
ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ
ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…
ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…
ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…
Archives

