ବେଦାନ୍ତ ଆଲୁମିନିୟମରେ ନୂତନ ନୀତି ପ୍ରଣୟନ

ଭୁବନେଶ୍ୱର,୮।୮ (ଅଭୟ ଦାଶ) :ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ନୀତି ‘ ନ୍ୟୁ ଜେଣ୍ଡର ରିଆଫାରମେଶନ ପଲିସି’ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀରେ କାର୍ଯ୍ୟରତ ଏଲ୍‌ଜିବିଟିକ୍ୟୁ+କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ କ୍ଷତିପୂରଣ ନୀତି ପ୍ରଣୟନ ହୋଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର ଓ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ସହିତ ଛତିଶଗଡ଼ର ଆଇକନିକ ଆଲୁମିନିୟମ ଉପତ୍ାଦକ ବାଲ୍‌କୋରେ ମଧ୍ୟ ଏହି ନୀତିକୁ କାର୍ଯ୍ୟକାରୀ କରିଛି। ଏହା ପୂର୍ବରୁ କମ୍ପାନୀର ବାଲ୍‌କୋ ୟୁନିଟରେ ୨ଜଣ ଟ୍ରାନ୍ସଜେଣ୍ଡର ପ୍ରଫେସନାଲଙ୍କୁ ଉକ୍ତ ନୀତି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି। ବିଶେଷକରି ବେଦାନ୍ତ ଆଲୁମିନିୟମର ନୂଆ ଲିଙ୍ଗ ପୁନଃପ୍ରମାଣ ପତ୍ର ଓ କ୍ଷତିପୂରଣ ନୀତି ଟ୍ରାନ୍‌ସଜେଣ୍ଡର କର୍ମଚାରୀମାନଙ୍କୁ ୨ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବ, ଯାହା ଲିଙ୍ଗ ପୁନଃନିର୍ମାଣ ସର୍ଜରି ସହିତ ଜଡ଼ିତ ଖର୍ଚ୍ଚ ବହନ କରିବାରେ ସହାୟକ ହେବ। ଏପରିକି ଅତିରିକ୍ତ ଭାବେ କମ୍ପାନୀ ଏକ ୩୦ ଦିନିଆ ଛୁଟି ପ୍ରଦାନ କରିବ, ଫଳରେ କର୍ମଚାରୀମାନେ ଉପଯୁକ୍ତ ଯତ୍ନ ପାଇଁ ଆବଶ୍ୟକ ସମୟ ପାଇପାରିବେ। ସେହିଭଳି କମ୍ପାନୀ ପ୍ରତ୍ୟେକ ସ୍ଥାନରେ ଉକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ବିଶ୍ୱସ୍ତରୀୟ ଆବାସିକ ଟାଉନଶିପ ପ୍ରତିଷ୍ଠା କରିଛି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଓଓ (ଆଲୁମିନିୟମ ବିଜ୍‌ନେସ) ସୁନୀଲ ଗୁପ୍ତା କହିଛନ୍ତି, ଆମର ସମସ୍ତ ଭୂମିକା ଜେଣ୍ଡର ଆଗ୍ନୋଷ୍ଟିକ ହୋଇଥିବାବେଳେ ନିଯୁକ୍ତି ପଦ୍ଧତି କେବଳ ପ୍ରତିଭା ଓ ଦକ୍ଷତା ଉପରେ ନିର୍ଭର କରିଥାଏ। ସେହିଭଳି ବେଦାନ୍ତ ଲିମିଟେଡର ସିଏଚ୍‌ଆରଓ (ଆଲୁମିନିୟମ ବିଜ୍‌ନେସ) ଦିଲ୍ଲୀପ ସିହ୍ନା କହିଛନ୍ତି, ଆମେ ଏହି ନୂତନ ନୀତିକୁ ସ୍ବୀକାର କରୁଛୁ, ଏପରିକି ଏହି ଯାତ୍ରା ଗଭୀର ପରିବର୍ତ୍ତନଶୀଳ ପ୍ରଭାବ ପ୍ରକାଇବ। ଏହା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ। ସେହିପରି ଟ୍ରାନ୍‌ସଜେଣ୍ଡର କଲ୍ୟାଣ ସମିତିର ସଦସ୍ୟ ତଥା ଛତିଶଗଡ଼ର ମିଟୱା ସଂକଳ୍ପ ସମିତିର ସଭାପତି ବିଦ୍ୟା ରାଜପୁତ କହିଛନ୍ତି, ଲିଙ୍ଗ ପୁନଃନିଶ୍ଚିତୀକରଣ ଯାତ୍ରାରେ ଟ୍ରାନ୍‌ସଜେଣ୍ଡର କର୍ମଚାରୀଙ୍କୁ ଏହା ବହୁତ ସହାୟତା କରିବ। ସେଥିପାଇଁ କମ୍ପାନୀର ପ୍ରୟାସକୁ ଆମେ ସାଧୁବାଦ ଜଣାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri