ପୁଣି ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ଆଇନ ଉଲ୍ଲଂଘନ

ଯାଜପୁର, ୧୫।୬(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ ଆଇନ ଭୁଶୁଡି ପଡିଛି। ଖଣି ଖାଦାନ ନିକଟରେ ଥିବା ୩ ରୁ ୪ଟି ପଞ୍ଚାୟତର ଟ୍ରକ ମାଲିକମାନଙ୍କୁ ଖଣି ପରିବହନରେ ଅଧିକ ସହଯୋଗ କରାଯାଉଛି। ବାକି ଜିଲାର ସମସ୍ତ ଟ୍ରକ ମାଲିକମାନେ ଦାଣ୍ଡର ଭିକାରୀ ହୋଇ ସାରିଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏଭଳି ଭାବେ କ୍ରୋମ ପରିବହନରେ ପକ୍ଷପାତିତା କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ପ୍ରଭାବିତ ଟ୍ରକ ମାଲିକମାନେ ମନ୍ତ୍ରୀ ଘଡେଇଙ୍କୁ ଅସହଯୋଗ କରିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଡୁବୁରି କପିଳେଶ୍ୱର ମନ୍ଦିରଠାରେ ଏକ ଜରୁରୀ କାଳୀନ ବୈଠକରେ ଟ୍ରକ ମାଲିକମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାବାଦ୍‌ ଯାଜପୁର ରୋଡ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ଆଇନ ଉପରେ ତୁରନ୍ତ ସୁଧାର ନ ଆଣିଲେ ପରିବହନ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ଜିଲାପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଯାଜପୁରରୋଡ ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌) ତାଙ୍କ ପତ୍ରସଂଖ୍ୟା ୧୩୭୨/୫ା୯ା୨୦୧୯ରେ ଖଣି ଲିଜ୍‌ଧାରୀ ଓ ପରିବହନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ପ୍ରଶାସନ ଓ ମିନୋରାଲ ଟ୍ରକ ସଂଘ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଗତ ୧୮ା୮ା୨୦୦୯ରେ ସୁକିନ୍ଦା ଟ୍ରକ ମାଲିକ ସଂଘ ପୁଣି ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ୧୪୬୪୨/୨୦୧୫ ନମ୍ବରରେ ଜିଲାପାଳଙ୍କୁ ସିଧାସଳଖ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ନିୟମ ଲାଗୁ କରିବାକୁ ନିର୍ଦେଶ ପ୍ରଦାନ କରିଥିଲେ। ଫଳରେ ତକତ୍ାଳୀନ ଜିିଲାପାଳ ସତ୍ୟ କୁମାର ମଲ୍ଲିକ ୨୦୧୬ ଏପ୍ରିଲ ୨୬ରେ ଲେବର ବ୍ୟାଚ ଉଛେଦ ଓ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରିବାକୁ କଡା ପଦକ୍ଷେପ ଗ୍ରହଣ କରିଥିଲେ। ଲେବର ବ୍ୟାଚ ଉଛେଦ ହୋଇଥିଲେ ମଧ୍ୟ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା କେବଳ ୬ ଚକିଆ ଟ୍ରକ କ୍ଷେତ୍ରରେ ସୀମିତ ହୋଇ ରହିଥିଲା। ଫଳରେ ସେମାନେ ବାଧ୍ୟ ହୋଇ ପୁର୍ନବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ବିଚାର କରି ଗତ ୨୦୧୯ ଅଗଷ୍ଟ ୨ ତାରିଖ ଦିନ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳଙ୍କୁ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ନିୟମ ଲାଗୁ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ହାଇକୋର୍ଟର ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ ା
ଗତ କିଛି ଦିନ ହେଲା ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥାରେ ପୁଣି ବିଭ୍ରାଟ ଦେଖାଦେଇଛି। ମନ୍ତ୍ରୀଙ୍କ କେତେକ ପାଖ ଲୋକ ଆଇନକୁ ଭ୍ରୁକ୍ଷେପ ନ କରି ଦାଦାଗିରି ଚଳାଇଛନ୍ତି। ଫଳରେ ଜିଲାର ଟମକା, ଡୁବୁରୀ, ବାରଗାଡିଆ, ଦାନଗଦି, ନଡିଆଭଙ୍ଗା, ଯଖପୁରା, ଯାଜପୁର ରୋଡ, ଚଣ୍ଡିଖୋଲ ପ୍ରଭୃତି ଅଞ୍ଚଳର ଟ୍ରକ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ୨୦୨୨ ଅଗଷ୍ଟରୁ ପ୍ରଶାସନ ପକ୍ଷରୁ କ୍ରମିକ ଲେଖା ବ୍ୟବସ୍ଥାକୁ ବନ୍ଦ କରି ଦିଆଯିବା ପରେ ଏଭଳି ପରିସ୍ଥିତି ଦେଖା ଦେଇଛି। ପ୍ରଶାସନ ପକ୍ଷରୁ ସେଣ୍ଟ୍ରାଲ ପାର୍କିଂ ବ୍ୟବସ୍ଥା ନ କରି ପୋଲିସ ଉପସ୍ଥିତିରେ ସ୍ଥାନୀୟ ଗାଡିଗୁଡିକୁ ଜୋର ଜବରଦସ୍ତି ଖଣିରେ ପୁରାଇ ଲୋଡିଂର ସୁବିଧା ନେଉଛନ୍ତି ବୋଲି ଯାଜପୁର ରୋଡ ଟ୍ରକ ମାଲିକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏହାବାଦ୍‌ ଯେଉଁମାନେ ଏହାର ପ୍ରତିବାଦ କରୁଛନ୍ତି ସେମାନଙ୍କ ଗାଡିଗୁଡିକୁ ବ୍ଲାକ ଲିଷ୍ଟ କରାଯାଉଛି। ଏହିସ୍ଥିତିରେ ଟ୍ରକ ମାଲିକମାନେ ମନ୍ତ୍ରୀ ଘଡେଇଙ୍କ ଉପରେ ସିଧାସଳଖ ଦୋଷ ଲଦିଛନ୍ତି। ପ୍ରଭାବିତ ଗାଡି ମାଲିକ ଏସ.କେ. ସୌକତ, ଏସ.କେ. ନାଜିର, ପିନାକି ପଟ୍ଟନାୟକ, ରଶ୍ମିରଞ୍ଜନ ରାଜ, ସଞ୍ଜୀବ କୁମାର ରାଉତ, ବିଜୟ କୁମାର ଦାସ ପ୍ରମୁଖଙ୍କ କହିଛନ୍ତି ଯେ, ମନ୍ତ୍ରୀ ଘଡେଇ ସେମାନଙ୍କ ଦୁଃଖ ଆଉ ବୁଝୁ ନାହାନ୍ତି। ବର୍ତ୍ତମାନ ଗାଡି ଖଣ୍ଡିଏ ଲେଖାଏଁ କିଣି ଋଣଭାରରେ ବୁଡି ରହିଛନ୍ତି। ଖଣି ଖାଦାନର ନିକଟସ୍ଥ ଗାଡି ମାଲିକମାନେ ମନ୍ତ୍ରୀଙ୍କୁ ହାତ କରି ପୁଣି ଏକଚାଟିଆ ନୀତି ଅବଲମ୍ବନ କରୁଛନ୍ତି। ତେଣୁ ଏହାର ସମାଧାନ ନ ହେଲେ ପରିସ୍ଥିତି ଭିନ୍ନ ହୋଇପାରେ ବୋଲି ସେମାନେ ବିଷୋଦ୍‌ଗାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri