ପୁଣି ତେଜିଲା ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବି

ଟିଟିଲାଗଡ,୧୯।୧୧(ଡି.ଏନ.ଏ.): ଟିଟିଲାଗଡକୁ ଜିଲା ଦାବି ତେଜିବାରେ ଲାଗିଥିବା ବେଳେ ଉଭୟ କଂଗ୍ରେସ ଓ ଭାଜପା ଏହି ଦାବିକୁ ସମର୍ଥନ ଜଣାଇଛି। ଶୁକ୍ରବାର ଟିଟିଲାଗଡ ଏକ ଲଜ ସମ୍ମିଳନୀ କକ୍ଷରେ ଉଭୟ ଦଳ ପୃଥକ ଭାବେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଟିଟିଲାଗଡ କଂଗ୍ରେସ କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ଟିଟିଲାଗଡ ଜିଲା ଦାବି ପୂର୍ବରୁ ବିଧାୟକ ଥିବା ବେଳେ ବିଧାନ ସଭାରେ ବି ସ୍ବର ଉଠାଇଥିଲେ ଓ ସମୟ ସମୟରେ ଧାରଣା ଓ ଅନେକ ଆନ୍ଦୋଳନ କରି ଆସିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରେସ୍‌ମିଟ ଜରିଆରେ ଜଣାଇ ଦେଇଛନ୍ତି ଯେ, ଅତିଶୀଘ୍ର ଟିଟିଲାଗଡକୁ ଜିଲା ଘୋଷଣା ନ କଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ଓ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରାଯିବ। କାର୍ଯ୍ୟକ୍ରମରେ ଦେବାନନ୍ଦ ସାହୁ, ଘିନୁଆଡ଼ଯୁଆଡ, ରାଜେନ୍ଦ୍ର ନାରାୟଣ ମିଶ୍ର, ସୁମନ୍ତ ବେହେରା, ତୁଳସୀ ସାହୁ, କୃଷ୍ଣ ସରାଫ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଟିଟିଲାଗଡ ପୌରପରିଷଦ ସମ୍ମିଳନୀ ଗୃହରେ ଟିଟିଲାଗଡ ଭାଜପା ଅଧ୍ୟକ୍ଷ ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ପୌରାଧ୍ୟକ୍ଷା ମମତା ଦେବୀ ଜୈନଙ୍କ ଉପସ୍ଥିତିରେ ଜିଲା ଦାବିକୁ ବି ଦୀର୍ଘ ଦିନ ଧରି ପୂର୍ଣ୍ଣମାତ୍ରରେ ସମର୍ଥନ କରି ଆସୁଛି। ଯେହେତୁ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ଜରିଆରେ ସହରର ସମସ୍ତ ସାମାଜିକ ଓ ରାଜନୈତିକ ଦଳ ଏକାଠି ହୋଇ ଜିଲା ଦାବି ପାଇଁ ଲଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ପଦ୍ମପୁରକୁ ନୂତନ ଜିଲାକୁ ସ୍ବୀକୃତି ଦେବା ପରେ ଟିଟିଲାଗଡର ସମସ୍ତ ଅନୁଷ୍ଠାନ ଜାଗ୍ରତ ହୋଇଛନ୍ତି। ଆଗକୁ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ପୁଣି ଆନ୍ଦୋଳନର ଚେତାବନୀ ଦେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଆସନ୍ତା ୨o ତାରିଖରେ ବୈଠକ ଡାକିବାରୁ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ସମର୍ଥନ କରିବୁ। ପୌରଧକ୍ଷା ନିଜ ବକ୍ତବ୍ୟରେ ଜିଲା ଦାବିକୁ ସମର୍ଥନ ଜଣାଇ ଦରକାର ପଡ଼ିଲେ ନିଜକୁ ଉତ୍ସର୍ଗ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରେସ୍‌ମିଟରେ ସୁନିଲ ଆଚାର୍ଯ୍ୟ, ମନୋଜ ଜୈନ, ଯଶୋଦା ବଗର୍ତ୍ତୀ, ସର୍ଯୁ ଥାନପତି ଓ ଆଲୋକ ନାୟକ, ଲିଙ୍ଗରାଜ ନାୟକ, ରାଜେଶ ଅଗ୍ରୱାଲ, ଦୁଖୀଶ୍ୟାମ ଭାଟି ଉପସ୍ଥିତ ଥିଲେ।