ଜେଲ୍‌ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ୍‌,୧୪।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ତେଣୁ ଆଗକୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରିବି।
କେବଳ ଏତିକି ନୁହେଁ ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି। ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ। ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବି। ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇ ନ ଥିଲା ବୋଳି ଅଲ୍ଲୁ କହିଛନ୍ତି।

ସୂଚନାଯୋଗ୍ୟ, ‘ପୁଷ୍ପା: ଦି ରାଇଜ୍‌’ର ସିକ୍ୱେଲ ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ବିଶ୍ୱବ୍ୟାପୀ ବିଭିନ୍ନ ଫର୍ମାଟରେ ମୁକ୍ତିଲାଭ କରିବା ସହ ଖୁବ୍‌ କମ୍‌ ସମୟରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୪ ତାରିଖ ପୂର୍ବାହ୍ନ ୯ଟା ୩୦ରେ ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ଉକ୍ତ ଫିଲ୍ମର ପ୍ରିମିୟର ଶୋ’ ବେଳେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ଥିଲେ।
ଅଲ୍ଲୁଙ୍କ ଟିକିଏ ଝଲକ୍‌ ପାଇବା ପାଇଁ ଥିଏଟରରେ ପ୍ରଶଂସକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଦଳାଚକଟାରେ ୩୫ ବର୍ଷୀୟା ଏମ୍‌. ରେବତୀଙ୍କ ମୃତ୍ୟୁ ଘଟିଥିଲା। ଏପରି କି ମହିଳାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ, ଯିଏକି ଏବେ ମଧ୍ୟ ସିକନ୍ଦରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ରେବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସିଟି ପୋଲିସ ଅଲ୍ଲୁ, ତାଙ୍କ ସିକ୍ୟୁରିଟି ଟିମ୍‌ ଏବଂ ଥିଏଟର ପରିଚାଳକଙ୍କ ବିରୋଧରେ ଚିକ୍କାଡପଲ୍ଲୀ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୫(ଉଦ୍ଦେଶ୍ୟ ନ ଥାଇ ହତ୍ୟା ପାଇଁ ଦଣ୍ଡ) ଓ ୧୧୮(୧) (ସ୍ବେଚ୍ଛାକୃତ ଭାବେ ଗଭୀର ଆଘାତ ଦେବା) ବଳରେ ଏକ ମାମଲା ରୁଜୁ କରିଥିଲା। ଏହା ପରେ ୬ ତାରିଖରେ ଅଭିନେତା ମୃତ ମହିଳାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ ଓ ପୁଅଙ୍କ ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ସକାଳେ ଅଲ୍ଲୁଙ୍କୁ ସ୍ଥାନୀୟ ପୋଲିସ ତାଙ୍କ ଜୁବିଲି ହିଲ୍ସ ବାସଭବନରୁ ଗିରଫ କରିଥିଲା। ପୋଲିସ ଅଭିନେତାଙ୍କୁ ତାଙ୍କ ଶୟନକକ୍ଷରୁ ଉଠାଇ ନେବାବେଳେ ଘରେ ବାପା ତଥା ଜଣାଶୁଣା ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏକ ସରକାରୀ ହସ୍ପିଟାଲରେ ଅଭିନେତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିଲା। ଇତିମଧ୍ୟରେ ସୋମବାର ପର୍ଯ୍ୟନ୍ତ ଗିରଫଦାରି ଏଡ଼ାଇବା ପାଇଁ ଅଲ୍ଲୁଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ପିଟିଶନକୁ ସ୍ଥାନୀୟ ନାମପଲ୍ଲୀ କୋର୍ଟ ଖାରଜ କରିଦେଇଥିଲେ। ଏହାସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ଅନ୍ୟପକ୍ଷେ ଅଲ୍ଲୁ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରାଇବା ପାଇଁ ଗତ ୧୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଲ୍ଲୁଙ୍କୁ ପୋଲିସ ଜେଲକୁ ନେଉଥିବାବେଳେ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରି ଜାମିନ ପ୍ରଦାନ କରିଥିଲେ। ଏଥିସହ ପୋଲିସ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ଜୁଭାଦି ଶ୍ରୀଦେବୀଙ୍କ ଜଣିକିଆ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଅଲ୍ଲୁ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ନେବା ପରେ ମୁଭି ପ୍ରିମିୟରକୁ ଯାଇଥିଲେ। ତେଣୁ ଦଳାଚକଟା ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ। ସେ ସ୍କ୍ରିନିଂକୁ ଗଲେ ଏଭଳି ଅପ୍ରୀତିକର ଘଟଣା ଘଟିପାରେ ବୋଲି ଅଭିନେତା ପୂର୍ବରୁ ଜାଣିଥିବା ନେଇ ସରକାରୀ ଓକିଲ ବାଢ଼ିଥିବା ଯୁକ୍ତିକୁ ଜଷ୍ଟିସ୍‌ ଶ୍ରୀଦେବୀ ଖାରଜ କରିଦେଇଛନ୍ତି। ଅଲ୍ଲୁ ଜଣେ ଅଭିନେତା ହୋଇଥିବାରୁ ତାଙ୍କ ଯୋଗୁ ମୃତ୍ୟୁ ଘଟିଥିବା ପ୍ରମାଣିତ ହେବା ପୂର୍ବରୁ ତାଙ୍କୁ ଦିନେ ହେଲେ ଜେଲରେ ରଖାଯାଇପାରିବ କି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି।
ତେଲଙ୍ଗାନା ହାଇକୋର୍ଟ ଆହୁରି କହିଛନ୍ତି, ଯେହେତୁ ସେ ଜଣେ ଅଭିନେତା, ସେହେତୁ ତାଙ୍କୁ ନିଜ ଅଧିକାରରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ପୃଥିବୀର ଜଣେ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଧାରଣ ଓ ସ୍ବାଧୀନତା ଅଧିକାର ରହିଛି କହି ଉଚ୍ଚ ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଏହି ମାମଲାରେ ଗିରଫ ସନ୍ଧ୍ୟା ଥିଏଟର ମାଲିକ ଏବଂ ଅନ୍ୟ ୨ କର୍ମଚାରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି।
ସେପଟେ ଅଲ୍ଲୁଙ୍କ ଗିରଫଦାରି ପ୍ରସଙ୍ଗରେ ତେଲଙ୍ଗାନାର ଶାସକ କଂଗ୍ରେସ ଓ ବିରୋଧୀ ଭାଜପା ଏବଂ ବିଆର୍‌ଏସ୍‌ ମୁହଁାମୁହଁି ହୋଇଛନ୍ତି। ଭାଜପା ନେତା ତଥା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର କହିଛନ୍ତି, ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଆଦୌ ସମୟ ନ ଦେଇ ତାଙ୍କ ବେଡ୍‌ରୁମ୍‌ରୁ ଉଠାଇ ନିଆଯିବା ତାଙ୍କ ପ୍ରତି ଅସମ୍ମାନ। ଅଲ୍ଲୁଙ୍କ ସହ ଉଚିତ ବ୍ୟବହାର କରାଯିବା ଆବଶ୍ୟକ ଥିଲା। ବିଆର୍‌ଏସ୍‌ କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓ ମଧ୍ୟ ଜଣେ ତାରକାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ କହି ନିନ୍ଦା କରିଛନ୍ତି। ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଅମ୍ବାତି ରାମବାବୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଅଲ୍ଲୁଙ୍କ ଗିରଫଦାରିକୁ ଅଯୌକ୍ତିକ ଦର୍ଶାଇ ତେଲଙ୍ଗାନା ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଭିନେତା ଚିରଞ୍ଜିବୀ ଓ ତାଙ୍କ ସ୍ତ୍ରୀ ସୁରେଖା ପୁତୁରା ଅଲ୍ଲୁଙ୍କ ଗିରଫଦାରି ପରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଭଳି ସମୟରେ ପରିବାର ସହ ଛିଡ଼ା ହୋଇଥିବାରୁ ଚିରଞ୍ଜିବୀଙ୍କୁ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri