ଜେଲ୍‌ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ୍‌,୧୪।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ତେଣୁ ଆଗକୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରିବି।
କେବଳ ଏତିକି ନୁହେଁ ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି। ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ। ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବି। ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇ ନ ଥିଲା ବୋଳି ଅଲ୍ଲୁ କହିଛନ୍ତି।

ସୂଚନାଯୋଗ୍ୟ, ‘ପୁଷ୍ପା: ଦି ରାଇଜ୍‌’ର ସିକ୍ୱେଲ ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ବିଶ୍ୱବ୍ୟାପୀ ବିଭିନ୍ନ ଫର୍ମାଟରେ ମୁକ୍ତିଲାଭ କରିବା ସହ ଖୁବ୍‌ କମ୍‌ ସମୟରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୪ ତାରିଖ ପୂର୍ବାହ୍ନ ୯ଟା ୩୦ରେ ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ଉକ୍ତ ଫିଲ୍ମର ପ୍ରିମିୟର ଶୋ’ ବେଳେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ଥିଲେ।
ଅଲ୍ଲୁଙ୍କ ଟିକିଏ ଝଲକ୍‌ ପାଇବା ପାଇଁ ଥିଏଟରରେ ପ୍ରଶଂସକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଦଳାଚକଟାରେ ୩୫ ବର୍ଷୀୟା ଏମ୍‌. ରେବତୀଙ୍କ ମୃତ୍ୟୁ ଘଟିଥିଲା। ଏପରି କି ମହିଳାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ, ଯିଏକି ଏବେ ମଧ୍ୟ ସିକନ୍ଦରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ରେବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସିଟି ପୋଲିସ ଅଲ୍ଲୁ, ତାଙ୍କ ସିକ୍ୟୁରିଟି ଟିମ୍‌ ଏବଂ ଥିଏଟର ପରିଚାଳକଙ୍କ ବିରୋଧରେ ଚିକ୍କାଡପଲ୍ଲୀ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୫(ଉଦ୍ଦେଶ୍ୟ ନ ଥାଇ ହତ୍ୟା ପାଇଁ ଦଣ୍ଡ) ଓ ୧୧୮(୧) (ସ୍ବେଚ୍ଛାକୃତ ଭାବେ ଗଭୀର ଆଘାତ ଦେବା) ବଳରେ ଏକ ମାମଲା ରୁଜୁ କରିଥିଲା। ଏହା ପରେ ୬ ତାରିଖରେ ଅଭିନେତା ମୃତ ମହିଳାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ ଓ ପୁଅଙ୍କ ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ସକାଳେ ଅଲ୍ଲୁଙ୍କୁ ସ୍ଥାନୀୟ ପୋଲିସ ତାଙ୍କ ଜୁବିଲି ହିଲ୍ସ ବାସଭବନରୁ ଗିରଫ କରିଥିଲା। ପୋଲିସ ଅଭିନେତାଙ୍କୁ ତାଙ୍କ ଶୟନକକ୍ଷରୁ ଉଠାଇ ନେବାବେଳେ ଘରେ ବାପା ତଥା ଜଣାଶୁଣା ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏକ ସରକାରୀ ହସ୍ପିଟାଲରେ ଅଭିନେତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିଲା। ଇତିମଧ୍ୟରେ ସୋମବାର ପର୍ଯ୍ୟନ୍ତ ଗିରଫଦାରି ଏଡ଼ାଇବା ପାଇଁ ଅଲ୍ଲୁଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ପିଟିଶନକୁ ସ୍ଥାନୀୟ ନାମପଲ୍ଲୀ କୋର୍ଟ ଖାରଜ କରିଦେଇଥିଲେ। ଏହାସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ଅନ୍ୟପକ୍ଷେ ଅଲ୍ଲୁ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରାଇବା ପାଇଁ ଗତ ୧୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଲ୍ଲୁଙ୍କୁ ପୋଲିସ ଜେଲକୁ ନେଉଥିବାବେଳେ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରି ଜାମିନ ପ୍ରଦାନ କରିଥିଲେ। ଏଥିସହ ପୋଲିସ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ଜୁଭାଦି ଶ୍ରୀଦେବୀଙ୍କ ଜଣିକିଆ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଅଲ୍ଲୁ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ନେବା ପରେ ମୁଭି ପ୍ରିମିୟରକୁ ଯାଇଥିଲେ। ତେଣୁ ଦଳାଚକଟା ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ। ସେ ସ୍କ୍ରିନିଂକୁ ଗଲେ ଏଭଳି ଅପ୍ରୀତିକର ଘଟଣା ଘଟିପାରେ ବୋଲି ଅଭିନେତା ପୂର୍ବରୁ ଜାଣିଥିବା ନେଇ ସରକାରୀ ଓକିଲ ବାଢ଼ିଥିବା ଯୁକ୍ତିକୁ ଜଷ୍ଟିସ୍‌ ଶ୍ରୀଦେବୀ ଖାରଜ କରିଦେଇଛନ୍ତି। ଅଲ୍ଲୁ ଜଣେ ଅଭିନେତା ହୋଇଥିବାରୁ ତାଙ୍କ ଯୋଗୁ ମୃତ୍ୟୁ ଘଟିଥିବା ପ୍ରମାଣିତ ହେବା ପୂର୍ବରୁ ତାଙ୍କୁ ଦିନେ ହେଲେ ଜେଲରେ ରଖାଯାଇପାରିବ କି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି।
ତେଲଙ୍ଗାନା ହାଇକୋର୍ଟ ଆହୁରି କହିଛନ୍ତି, ଯେହେତୁ ସେ ଜଣେ ଅଭିନେତା, ସେହେତୁ ତାଙ୍କୁ ନିଜ ଅଧିକାରରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ପୃଥିବୀର ଜଣେ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଧାରଣ ଓ ସ୍ବାଧୀନତା ଅଧିକାର ରହିଛି କହି ଉଚ୍ଚ ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଏହି ମାମଲାରେ ଗିରଫ ସନ୍ଧ୍ୟା ଥିଏଟର ମାଲିକ ଏବଂ ଅନ୍ୟ ୨ କର୍ମଚାରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି।
ସେପଟେ ଅଲ୍ଲୁଙ୍କ ଗିରଫଦାରି ପ୍ରସଙ୍ଗରେ ତେଲଙ୍ଗାନାର ଶାସକ କଂଗ୍ରେସ ଓ ବିରୋଧୀ ଭାଜପା ଏବଂ ବିଆର୍‌ଏସ୍‌ ମୁହଁାମୁହଁି ହୋଇଛନ୍ତି। ଭାଜପା ନେତା ତଥା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର କହିଛନ୍ତି, ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଆଦୌ ସମୟ ନ ଦେଇ ତାଙ୍କ ବେଡ୍‌ରୁମ୍‌ରୁ ଉଠାଇ ନିଆଯିବା ତାଙ୍କ ପ୍ରତି ଅସମ୍ମାନ। ଅଲ୍ଲୁଙ୍କ ସହ ଉଚିତ ବ୍ୟବହାର କରାଯିବା ଆବଶ୍ୟକ ଥିଲା। ବିଆର୍‌ଏସ୍‌ କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓ ମଧ୍ୟ ଜଣେ ତାରକାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ କହି ନିନ୍ଦା କରିଛନ୍ତି। ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଅମ୍ବାତି ରାମବାବୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଅଲ୍ଲୁଙ୍କ ଗିରଫଦାରିକୁ ଅଯୌକ୍ତିକ ଦର୍ଶାଇ ତେଲଙ୍ଗାନା ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଭିନେତା ଚିରଞ୍ଜିବୀ ଓ ତାଙ୍କ ସ୍ତ୍ରୀ ସୁରେଖା ପୁତୁରା ଅଲ୍ଲୁଙ୍କ ଗିରଫଦାରି ପରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଭଳି ସମୟରେ ପରିବାର ସହ ଛିଡ଼ା ହୋଇଥିବାରୁ ଚିରଞ୍ଜିବୀଙ୍କୁ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?