ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି

ମହାକାଳପଡ଼ା,୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ। ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ୪୫କୋଟି ବର୍ଷପୂର୍ବେ ସୃଷ୍ଟି ହୋଇଥିବା ଆମେରିକା ବୈଜ୍ଞାନିକମାନଙ୍କ ସାମୁଦ୍ରିକ ଜୀବ ସର୍ବେକ୍ଷଣ ସଂସ୍ଥା ଗବେଷଣାରୁ ଆଧାରିତ ବୋଲି କୁହାଯାଇଛି। ଏହି ପ୍ରଜାତିର ସାମୁଦ୍ରିକ ଜୀବ ବିଶେଷକରି ପୃଥିବୀର ପ୍ରଶାନ୍ତ ମହାସାଗର ଅବବାହିକା ଓ ବଙ୍ଗୋପସାଗର କୂଳର ବାଲେଶ୍ୱର ଜିଲାର ସନ୍ତସନ୍ତିଆ ସମୁଦ୍ର କୂଳ ଓ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳେ। ଏମାନଙ୍କ ଜିଇଓ ଟ୍ୟାଗିଙ୍ଗ୍‌ ସର୍ବେକ୍ଷଣ କରାଗଲେ ବଂଶର ପ୍ରାଚୀନ କାଳର ମୂଳ ଉତ୍ସରୁ ସୃଷ୍ଟି ହୋଇଥିବା ଗବେଷଣା ସହିତ ତଥ୍ୟ, ସର୍ଭେଲାନ୍ସ, ଫଟୋ ଓ ଅନ୍ୟ ତଥ୍ୟ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏମାନଙ୍କ ଶରୀରରେ ଲୌହ ବା ଆଇରନ ବଦଳରେ କପର ବା ତମ୍ବା ଭଳି ହେମସିଆନିନ ନାମକ ରାସାୟନିକ ପଦାର୍ଥ ଥିବାରୁ ରକ୍ତ ନୀଳ ରଙ୍ଗର ଦେଖିବାକୁ ମିଳେ। ଏହି ରକ୍ତ କଣିକାରେ ପ୍ରସ୍ତୁତ ହେଉଛି ଦୁରାରୋଗ୍ୟ ରୋଗର ନିଦାନ ପାଇଁ ଅଧିକ ପରୀକ୍ଷଣ ତଥା ଗବେଷଣା କରିଛନ୍ତି ଆମେରିକା ସାମୁଦ୍ରିକ ଜୀବ ତଥା ଭେଷଜ ବୈଜ୍ଞାନିକମାନେ। ବିଦେଶରେ ଏହି ନୀଳରକ୍ତର ଚାହିଦା ସହ ବହୁ ମୂଲ୍ୟ ରହିଛି। ସମୟ ଆସିବ ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବିଲୁପ୍ତ ହେବାର ଆଶଙ୍କା ରହିଛି। କାରଣ ସମୁଦ୍ରରେ ମାଛ ଧରାଳିମାନେ ଟ୍ରଲର, ବଡ଼ ବଡ଼ ବୋଟ୍‌ରେ ବ୍ୟବହାର କରିଥିବା ଗାଞ୍ଜ ଜାଲରେ ଛନ୍ଦି ହୋଇ ନୀଳରକ୍ତ କଙ୍କଡ଼ାଙ୍କ ଜୀବନ ଯାଉଛି। ସାମୁଦ୍ରିକ ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ାର ଅଧିକ ଗବେଷଣା ପାଇଁ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କିଛିଦିନ ପୂର୍ବେ ବାଲେଶ୍ୱର ଅଞ୍ଚଳ ସମୁଦ୍ର ମୁହାଣରେ ଜିଇଓ ଟ୍ୟାଗିଙ୍ଗ୍‌ ପାଇଁ ମିଳିତ ସହଯୋଗରେ ୭୦ କଙ୍କଡ଼ାର ସର୍ଭେ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ଏହି ନୀଳରକ୍ତ କଙ୍କଡ଼ାଙ୍କର ଟ୍ୟାଗିଙ୍ଗ୍‌ କରାଯିବାକୁ ଧରିତ୍ରୀରେ ୨୫ା୮ା୨୪ ରବିବାର ପ୍ରକାଶିତ ହୋଇଥିଲା। ଏ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ସୁଦର୍ଶନ ଗୋପୀନାଥ ଯାଦବ। ଏ ସଂକ୍ରାନ୍ତରେ ଡିଏଫ୍‌ଓ ଯାଦବଙ୍କୁ ପଚାରିବାରେ ବାଲେଶ୍ୱର ଜିଲା ପରେ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ର ଅଧିକ ଗବେଷଣା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଛି। ଆଗାମୀ ଦିନରେ ଖୁବ୍‌ଶୀଘ୍ର ଟ୍ୟାଗିଙ୍ଗ୍‌ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri