୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ଏ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣାଣି କରାଯାଇଥିଲା।

ସେହିପରି ଜଙ୍ଗଲ ଜମି ପଟ୍ଟା ପୂର୍ବରୁ ସେମିତି ବଣ୍ଟନ କରାଯାଇଥିଲା। ଏବେ ରାଜ୍ୟ ସରକାର ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରୁଛନ୍ତି। ତେଣୁ ଯେଉଁମାନେ ଏବେ ଏହି ପଟ୍ଟା ପାଉଛନ୍ତି ଆଉ ଜମି ପଟ୍ଟାକୁ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ତହସିଲଦାର କହିଥିଲେ। ଜଙ୍ଗଲଜମି କେଉଁମାନେ ପାଇବା ଯୋଗ୍ୟ ଓ କ’ଣ ସବୁ ନିୟମ ରହିଛି ସେ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ। ପରେ କିରିକୁଟି ଓ ବୁରାଙ୍ଗିଆ ମୌଜାର ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ବଣ୍ଟନ କରାଯାଇଥିଲା। ବୁରାଙ୍ଗିଆ ମୌଜାର ୩୬ ଜଣ ଏବଂ କିରିକୁଟି ମୌଜାର ୪୨ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହ ଯେଉଁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି, ଉକ୍ତ ଜଙ୍ଗଲରେ ଥିବା ବୃକ୍ଷ କାଟି ନଷ୍ଟ କରିପାରିବେନି ବରଂ ସେଠାରେ ଜୀବନଜୀବିକାର ସ୍ବାବଲମ୍ବୀ ହେବାକୁ ଗୋଲମରିଚ ଗଛ ସମେତ ବିଭିନ୍ନ ବୃକ୍ଷ ରୋପଣ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।
ସେହିପରି ଗୋଷ୍ଠୀ ଜଙ୍ଗଲଜମିର ସୁରକ୍ଷା ନେଇ ପରାମର୍ଶ ଦିଆଯାଇଥିଲା ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ବିପର୍ଯ୍ୟସ୍ତ ସମୟରେ କିଭଳି ସରକାରଙ୍କ କ୍ଷତିପୂରଣ ଦେବା ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା। ବିଶେଷକରି ବର୍ଷା, ପବନ, ବିଜୁଳି, କୁଆପଥର ମାଡ଼, ସାପକାମୁଡ଼ାରେ ଜୀବନ ଚାଲିଗଲେ କିଭଳି କ୍ଷତିପୂରଣ ମିଳିବ ସେଥିପାଇଁ କ’ଣ ସବୁ କରିବାର ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କିରିକୁଟି ସରପଞ୍ଚ ମଧୁସ୍ମିତା ପ୍ରଧାନ,ସମିତିସଭ୍ୟା ଜ୍ଞାନୀସୁନ୍ଦରୀ ନାୟକ, କନ୍ଧମାଳ ଏମ୍‌ପିଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପିଟର ଦିଗାଲ, ପ୍ରଭଞ୍ଜନ ନାୟକ,ରାଜସ୍ବ ନିରୀକ୍ଷକ ବଣିଆ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତହସିଲ ଅଞ୍ଚଳର ୨୫ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ ହେବାକୁ ରହିଥିବାବେଳେ ଏବେ ସୁଦ୍ଧା ପ୍ରାୟ ୩ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri