କୋଲକାତା,୧୬ା୫: ଚଳିତ ଆଇପିଏଲ୍ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା ମର ମ୍ୟାଚ୍ରେ ଫିନ୍ ଆଲେନ ଓ ଅଙ୍ଗକ୍ରିଶ ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କେକେଆର୍ ପ୍ରତିପକ୍ଷ ଗୁଜରାଟ ସମ୍ମୁଖରେ ୨୪୮ ରନର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍ରେ କେକେଆର୍ ବ୍ୟାଟରମାନେ ୨୨ ଛକା ମାରିଥିଲେ, ଯାହା କି ଚଳିତ ଆଇପିଏଲ୍ରେ ଦଳ ପାଇଁ ସର୍ବାଧିକ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ଖୁବ୍ ଶସ୍ତାରେ ଅଧିନାୟକ ଅଜିଙ୍କ୍ୟ ରାହାନେ(୧୪)ଙ୍କ ଉଇକେଟ ହରାଇଥିଲା। ଆଲେନଙ୍କ ଯୋଗୁ ଦଳ ପ୍ରଥମ ୬ ଓଭରରେ ୫୬ ରନ କରିଥିଲା। ଦୁଇ ଥର ଜୀବନଦାନ ପାଇଥିବା ଆଲେନ ପାଓ୍ବାରପ୍ଲେ ପରେ ପ୍ରତ୍ୟେକ ଓଭରରେ ୨ରୁ ୩ ଛକା ମାରିଥିଲେ। ସେ ଦ୍ୱାଦଶ ଓଭରରେ ଆର୍ ସାଇ କିଶୋରଙ୍କ ବଲକୁ ଛକା ମାରିବାକୁ ଯାଇ ବାଉଣ୍ଡ୍ରି ଲାଇନରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଆଉଟ୍ ହେବା ପୂର୍ବରୁ ସେ ୩୫ ବଲରେ ୪ ଚୌକା ଓ ୧୦ ବିଶାଳ ଛକା ସହାୟତାରେ ୯୩ ରନ କରିଥିଲେ। ଏଥିସହିତ ସେ ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ଦ୍ୱିତୀୟ ଉଇକେଟରେ ୪୧ ବଲରେ ଦ୍ରୁତ ୯୫ ରନର ପାର୍ଟନରଶିପ୍ କରି ଦଳକୁ ବଡ଼ ସ୍କୋର ଲାଗି ପ୍ଲାଟଫର୍ମ ପ୍ରଦାନ କରିଥିଲେ। ଏହାପରେ ରଘୁବଂଶୀ ଓ କାମେରନ ଗ୍ରୀନ ତୃତୀୟ ଉଇକେଟରେ ୫୨ ବଲରେ ୧୦୮ ରନର ଶତକୀୟ ପାର୍ଟନରଶିପ୍ କରି ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ। ଫଳରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୪୭ ରନ କରିଥିଲା।