ଆବାସ ଯୋଜନା ଧର୍ମକୁ ଆଖିଠାର

ବଡ଼ଗଁା,୮ା୨(ଡି.ଏନ.ଏ.): ସୁନ୍ଦରଗଡ ଜିଲାର ବଡଗଁା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ବରଙ୍ଗାକଛାର ପଞ୍ଚାୟତର ଅଧିକାଂଶ ଗ୍ରାମରେ ବହୁ ଗରିବ ବ୍ୟକ୍ତି ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ଉପରେ ପ୍ରଶାସନର ନଜର ପଡୁନାହିଁ। ଫଳରେ ପ୍ରତିଥର ଆବେଦନ କରି ଆସୁଥିଲେ ହେଁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ବାଦ୍‌ ଦିଆଯାଉଛି। ଏନେଇ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଠାରେ ଗୁହାରି କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ପ୍ରକାଶ ଯେ, ବରଙ୍ଗାକଛାର ପଞ୍ଚାୟତ ଭେଲୁଆବାହାଲ ଗ୍ରାମର ଖତି ମହାନନ୍ଦିଆ (୭୧)। ତାଙ୍କର ଦୁଇ ଝିଅ ବିବାହ କରି ସାରିଛନ୍ତି। ଦୁଇ ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ପରେ ବୃଦ୍ଧା ଜଣକ ଘରେ ଏକାକୀ ରହୁଛନ୍ତି। ସେ ରହୁଥିବା ଭଙ୍ଗା ଦଦରା ଘର ଭିତରେ ଦୁଇ ଫୁଟ ଉଚ୍ଚର ଉଇହୁଙ୍କା ା ବିପଦଶଙ୍କୁଳ ଅବସ୍ଥାରେ ଥିବା ବାରଣ୍ଡାରେ ରୋଷେଇ କରି କୌଣସି ମତେ ଚଳୁଛନ୍ତ। ଘରର ଖପର ନାହିଁ। ଖରା, ବର୍ଷା ଓ ଶୀତରେ ବହୁ କଷ୍ଟରେ ଦୟନୀୟ ଭାବେ ଦିନ କାଟିବାକୁ ପଡୁଛି ବୋଲି କୁହନ୍ତି ଖତି। ତାଙ୍କୁ ପଚାରିବାରେ ସେ କହିଥିଲେ, ଭୋଟ ବେଳେ ନେତା, ସରକାରୀ ବାବୁ ଆସନ୍ତି। ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଅନ୍ତ। ହେଲେ ଭୋଟ ସରିବା ପରେ କାହାରି ଦେଖା ମିଳେନାହିଁ। ଫଳରେ ବର୍ଷା ହେଲେ ପଡିଶା ଘରେ ଆଶ୍ରୟ ନେବାକୁ ପଡୁଛି। ବାର୍ଦ୍ଧକ୍ୟ ଭତ୍ତା ଓ କଣ୍ଟ୍ରୋଲ ଚାଉଳରେ ଚଳିବାକୁ ପଡୁଛି। ଘର ମରାମତି ପାଇଁ ପାଖରେ ଟଙ୍କା ନାହିଁ। ରୋଷେଇ କରୁଥିବା ବାରଣ୍ଡାର ମରାମତି ପାଇଁ ଗାଁ ଗୌନ୍ତିଆଙ୍କ ଠାରୁ ହଜାରେ ଟଙ୍କା ଧାର ଆଣିଛି। ଏ ଯାଏଁ ଟଙ୍କା ଶୁଝି ପାରିନି। ଏ ବୟସରେ କେଉଁଠି କାମ କରି ଦି ପଇସା ରୋଜଗାର କରିବା ସମ୍ଭବ ହେଉନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି ା
ସେହିପରି ବରଙ୍ଗାକଛାର ଗାଁର କୁନ୍ତଳା ମାଝୀ। ଚାରି ଅବିବାହିତ ଝିଅ, ଗୋଟିଏ ପୁଅ ସହ ଘରେ ପରିବାରର ୭ ପ୍ରାଣୀ କୁଟୁମ୍ବ। ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଜିଇଓ ଟ୍ୟାଗ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଘର କଟି ଯାଇଥିବା ତାଙ୍କ ଠାରୁ ଜଣାପଡିଛି। ଭାଙ୍ଗି ଯାଇଥିବା ଝାଟିମାଟି ଘରେ ପିଲାଛୁଆ ଧରି ବହୁ କଷ୍ଟରେ ଚଳୁଥିବା ସେ କହିଛନ୍ତି ା ଏହି ପଞ୍ଚାୟତ ଅଧୀନ କୁଲଗା ଟୁଙ୍କୁରିପଡାର ପ୍ରଦୀପ ଡୁଙ୍ଗଡୁଙ୍ଗ ୨୦ ବର୍ଷ ହେଲା ଗୋଟିଏ ବଖରା ମାଟି ଘରେ ପରିବାର ସହ ରହି ଆସୁଛନ୍ତି। ଶ୍ରମିକ ଭାବେ କାମ କରି ସେ ପରିବାର ଚଳାଉଥିବା ବେଳେ ଘର କରିବାକୁ ନିଜର ସମ୍ବଳ ନାହିଁ ା ପ୍ରଦୀପ ଗ୍ରାମସଭା, ପଲ୍ଲୀସଭା ଓ ଜନ ପ୍ରତିନିଧିଙ୍କୁ ଜଣାଇ ଆସୁଛନ୍ତି। ହେଲେ ଏଯାଏ ଘର ପାଇପାରିନାହାନ୍ତି। ଆବାସ ଯୋଜନାରେ ଘର ପାଇଁ ଏହି ଗ୍ରାମର ପ୍ରଫୁଲ୍ଲ ବ୍ରିନେତ ମଧ୍ୟ ଗ୍ରାମସଭା, ପଲ୍ଲୀସଭା ଓ ସରପଞ୍ଚଙ୍କୁ ଜଣାଇ ନିରାଶ ହୋଇଥିବା କହିଛନ୍ତି। ଏହାଛଡା କୁଲଗା ଗାଁର ଚେରୁ ତାଜନ, ରବି ମାଝୀ , କୌଶିକ ମହାନନ୍ଦିଆଙ୍କୁ ଘର ମିଳିନାହିଁ। ବରଙ୍ଗାକଛାର ଗ୍ରାମର ଗୋବର୍ଦ୍ଧନ ତାଣ୍ଡିଆ ଘର ନ ପାଇ ବହୁ କଷ୍ଟରେ ଦିନ କାଟୁଛନ୍ତି ା ଏହି ଗଁାର ବିଧବା ମହିଳା ରୁକ୍ମିଣୀ ସା ଦୁଇ ଛୋଟ ପୁଅଙ୍କୁ ନେଇ ଭଙ୍ଗା ଦଦରା ଘରେ ରହୁଛନ୍ତି। ତଳିମୁଣ୍ଡା ଗୀର୍ଜାପଡାର ହାବିଲ ଟପ୍ନୋ ରହୁଥିବା ଘର ଯେ କୌଣସି ମୁହୂର୍ତ୍ତ ରେ ଧସି ପଡ଼ିବା ଆଶଙ୍କା ଥିବା ବେଳେ ସେ ଭାଗ୍ୟକୁ ଆଦରି ରହୁଛନ୍ତି। ଏହିପରି ପଞ୍ଚାୟତର ବିଭିନ୍ନ ଗାଁ ଓ ପଡାଗ୍ରାମଗୁଡିକରେ ୫ରୁ ୧୦ ଜଣ ଯୋଗ୍ୟ ହିତାଧିକାରୀ ଦୀର୍ଘ ବର୍ଷ ଧରି ଭଙ୍ଗା ଓ ବିପଦସଙ୍କୁଳ ଘରେ ରହି ଆସୁଛନ୍ତି। ସେମାନେ କାହିଁକି ଆବାସ ଯୋଜନାରେ ଘର ପାଉନାହାନ୍ତି ଜନପ୍ରତିନିଧି, ରାଜନୈତିକ ଦଳର ନେତା ଓ ପ୍ରଶାସନ ମିଳିତ ଭାବେ ତଦନ୍ତ କଲେ ବାସ୍ତବତା ଜାଣିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri