ମିସ ଇଣ୍ଡୋନେସିଆ ୟୁନିଭର୍ସ ଆୟୋଜକମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଟପଲେସ ‘ଶରୀର ଯାଞ୍ଚ’ ନେଇ ବିବାଦ…

ଜାକର୍ତ୍ତା,୮।୮ : ମିସ ଇଣ୍ଡୋନେସିଆ ୟୁନିଭର୍ସ ପ୍ରତିଯୋଗିତାର ୬ ଜଣ ପ୍ରତିଯୋଗୀ ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ପ୍ରତିଯୋଗିତା ସମୟରେ ସେମାନଙ୍କ ଟପଲେସ ‘ଶରୀର ଯାଞ୍ଚ’ କରାଯାଇଥିଲା। ପୋଲିସ ନିଶ୍ଚିତ କରିଛି ପ୍ରତିଯୋଗୀମାନେ ଏକ ରିପୋର୍ଟ ଦାଖଲ କରିଛନ୍ତି ଯାହାର ତଦନ୍ତ ହେବ।

ପ୍ରତିଯୋଗିତା ୨୯ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ରାଜଧାନୀ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ଆୟୋଜକମାନେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ପୁରୁଷଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ଉପସ୍ଥିତିରେ କୋଠରୀରେ ଶାରୀରିକ ଯାଞ୍ଚ ପାଇଁ ସେମାନଙ୍କର ଅନ୍ତର୍ବସ୍ତ୍ରକୁ ଓହ୍ଲାଇବାକୁ କହିଥିଲେ।

ପ୍ରତିଯୋଗୀଙ୍କ ଆଇନଜୀବୀ ମେଲିସା ଆଙ୍ଗଗ୍ରେନି କହିଛନ୍ତି ଏଭଳି ତଦନ୍ତର ଆବଶ୍ୟକତା ନାହିଁ। ୬ ଜଣ ପ୍ରତିଯୋଗୀ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ନ୍ୟୁଜ ଚ୍ୟାନେଲ କମ୍ପାସ ଟିଭି ଦ୍ୱାରା ପ୍ରସାରିତ ସାକ୍ଷାତକାରରେ କହିଛନ୍ତି ତାଙ୍କୁ ଗୋଡ ଖୋଲିବା ସହିତ ଅନୁପଯୁକ୍ତ ଭାବରେ ପୋଜ ଦେବାକୁ କୁହାଯାଇଥିଲା।

ତେବେ ଏପର୍ଯ୍ୟନ୍ତ ମିସ ୟୁନିଭର୍ସ ପ୍ରତିଯୋଗିତାର ଆୟୋଜକଙ୍କଠାରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ।

ଜାକର୍ତ୍ତା ପୋଲିସର ମୁଖପାତ୍ର ଟ୍ରୁନୋଇଡୋ ୱିସ୍ନୁ ଏଣ୍ଡିକୋ କହିଛନ୍ତି ପ୍ରତିଯୋଗୀମାନଙ୍କଠାରୁ ଏକ ରିପୋର୍ଟ ଗ୍ରହଣ କରାଯାଇଛି ଏବଂ ଏହାର ତଦନ୍ତ କରାଯିବ। ଅତୀତରେ, ଇଣ୍ଡୋନେସିଆର ଅନେକ ଧାର୍ମିକ ଗୋଷ୍ଠୀ ଏଭଳି ପ୍ରତିଯୋଗିତାକୁ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri