ନୟାଗଡ ଅଫିସ,୧୪।୯: ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ଼ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇରେ ଅର୍ଥ ଅପବ୍ୟୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରୀ ଅନୁଦାନ ଖର୍ଚ୍ଚର ଠିକ୍ ସମୀକ୍ଷା ହେଉ ନ ଥିବାରୁ ଅପବ୍ୟୟକୁ ରୋକା ଯାଇ ପାରୁନି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜଳନ୍ଧର ଜେନା ନାମକ ସାମାଜିକ କର୍ମୀ ଏହି ଅଭିଯୋଗ ଆଣି ତଦନ୍ତ ପାଇଁ ନିବେଦନ କରିଛନ୍ତି।
ସୂଚନା ଅଧିକାରରେ ମିଳିଥିବା ତଥ୍ୟ ଅନୁସାରେ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୂଆଘର ପାଇଁ ୧।୨।୨୦୧୩ରୁ ୩୧।୧୨।୨୦୧୯ ମଧ୍ୟରେ ୧୯ ଲକ୍ଷ ୬୫ ହଜାର ୯୫୪ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ପୁରୁଣା ନୟାଗଡ ରେଞ୍ଜର କାର୍ଯ୍ୟାଳୟ ସଫେଇ ପାଇଁ ୬ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ସାମାଜିକ କର୍ମୀ ଜେନା କୁହନ୍ତି, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ହେଉଛି। ହେଲେ ଏହାକୁ ରୋକା ଯାଇ ପାରୁନି। ସ୍ବଳ୍ପ କାମ କରାଯାଇ ଅଧିକ ଟଙ୍କାର ବିଲ୍ କରାଯାଉଛି। ଯାହାର ନଜୀର ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇକୁ ଦେଖିଲେ ଜଣାପଡ଼େ। ନୟାଗଡ ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଥିବା ଟଙ୍କାରେ ନୂଆ ଘର ହୋଇ ପାରିଥାନ୍ତା। ଅନ୍ୟପକ୍ଷେ ନୟାଗଡ ରେଞ୍ଜରଙ୍କର ପୁରୁଣା କାର୍ଯ୍ୟାଳୟକୁ ଦୁର୍ବୃତ୍ତ ଭାଙ୍ଗି ଉପକରଣ ଲୁଟି ନେଇଥିଲେ। ପରେ ଅବଶିଷ୍ଟ ଅଂଶକୁ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଜେସବି ଲଗାଇ ସଫେଇ କରାଯାଇଥିଲା। ଏଭଳିସ୍ଥଳେ ୬ ଲକ୍ଷ ୪୮ ହଜାର ଟଙ୍କା ଖଚ୍ଚର ହିସାବ ସନ୍ଦେହ ସୃଷ୍ଟି କରିଛି। ଯାହାକି ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ସୂଚନା ଅଧିକାରରେ ନୟାଗଡ ରେଞ୍ଜର ସୁଶାନ୍ତ ସ୍ବାଇଁ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ଅପବ୍ୟୟର ଗନ୍ଧ ଆସୁଛି। ଏ ସମ୍ପର୍କରେ ରେଞ୍ଜର ସ୍ବାଇଁ କୁହନ୍ତି, ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇ ଓ ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ହୋଇନାହିଁ। ଯାହା କିଛି ହୋଇଛି ସରକାରୀ ନିୟମ ମୁତାବକ ହୋଇଛି।
ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ଅଭିଯୋଗ: ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
Posted inଆମ ଜିଲା ଖବର, ନୟାଗଡ଼ View All
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ
ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…
କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ
ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…
ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ
ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…
ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…
ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…
ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍ ଛଡାଇ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…
ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ
ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…
ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା
ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…
Archives

