ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ସବୁ କାମ କରାଯାଉଛି। ଏଣୁ ନୂତନ ରାସ୍ତା ନିର୍ମାଣ ହେଉ କି, ପୁରଣା ରାସ୍ତା ମରାମତି କିମ୍ବା କୋଠାବାଡି କାମରେ ବ୍ୟାପକ ଅନିୟମିତତା ହେଉଛି। ଏଥିଯୋଗୁ ପ୍ରକଳ୍ପଗୁଡିକର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଫେବୃୟାରୀ ମାସ ମଧ୍ୟଭାଗରେ ଲୋଇସିଂହା ବ୍ଲକର ବୁର୍ଡା-ପନେସରା ରାସ୍ତା ମରାମତି କରାଯାଇଥିଲା। ୨ ମାସ ନ ପୂରୁଣୁ ମେଟାଲ ଉଠି ରାସ୍ତା ସାରା ବିଛାଡି ହୋଇ ପଡିଛି। ଫଳରେ ଏ ବାବଦରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ସାର ହୋଇଛି। ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକେ ହଟହଟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଗତ ଫେବୃଆରୀ ମାସରେ ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ଲକ ଅଧୀନ ବିଭିନ୍ନ ଆରଡି ରାସ୍ତାକୁ ମରାମତି କରାଯାଇଛି। ଏହି କ୍ରମରେ ବୁର୍ଡା-ପନେସରା ରାସ୍ତା ମଧ୍ୟ ମରାମତି ହୋଇଛି। ବୁର୍ଡା ରେଳ ଫାଟକ ପରେ ପ୍ରାୟ ୩ ଶହ ମିଟର ସମ୍ପୂର୍ଣ୍ଣ ରାସ୍ତା କାମ ହୋଇଛି। ଏହାପରେ ମଝିରେ ମଝିରେ ରାସ୍ତା ମରାମତି କରାଯାଇଛି। ତେବେ କାମ ଠିକ୍ ଭାବରେ ହୋଇ ନ ଥିବାରୁ ରାସ୍ତାରୁ ମେଟାଲ ଉଠିଯାଇ ଯାତାୟତ ଅନୁପଯୋଗୀ ହୋଇପଡିଛି। ହୀରାପୁର ସରପଞ୍ଚ ଏବଂ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ ା ଏହାଛଡା ଯୋଗୀସର୍ଡା -ନେଗିପାଲି ରାସ୍ତା ମଧ୍ୟ ମରାମତି ହୋଇଛି। ଏହି ରାସ୍ତାର ୩ ଶହ ମିଟର ଯାଏ ଭଲ କାମ ହୋଇଥିବା ବେଳେ ବାକି କାମ ଠିକ ଭାବରେ ହୋଇନାହିଁ ା ଫଳରେ ବାଇକ୍ରେ ଯିବା ଆସିବା କଷ୍ଟକର ହେଉଛି। ଅପରପକ୍ଷେ ବ୍ଲକ ଅଧୀନ ଗୁିର୍ଜିଭଟା-ବାଦିବାହାଲ ରାସ୍ତା ପ୍ରଶସ୍ତି ଓ ଉନ୍ନତୀକରଣ କାମ ହୋଇଛି। ବିଳମ୍ବରେ ଏହି କାମ ସରିଛି। ପ୍ରାୟ ୧ମାସ ହେବ ରାସ୍ତା କାମ ସରିଯାଇଛି। କିନ୍ତୁ ରାସ୍ତା ପାର୍ଶ୍ୱରେ ମୋରମ ପକାଇ ଡ୍ରେସିଂ କରାଯାଇନାହିଁ। ଏଣୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାବାଦ ଉକ୍ତ ରାସ୍ତାର ଗୁର୍ଜିଭଟା ଆଡେନ କଟାଁ ନିକଟରେ ଏକ କଲର୍ଭଟ ନିର୍ମାଣ ହେବାର ଥିଲା। ସେଠାକାର ଏକ ଚାଷ ଜମିରେ ୪ଟି ହୋମ ପକାଇ ଏବେ ବି ପଡିଛି। କିନ୍ତୁ ଠିକଦାର କ୍ୟାମ୍ପ ଉଠାଇ ନେଇଥିବାରୁ କଲର୍ଭଟ ନିର୍ମାଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜିଲା ପ୍ରଶାସନ ପକ୍ଷରୁ କାମଗୁଡିକର ତଦାରଖ କରାଯାଉ ନ ଥିବରୁ ଏସବୁ ଉନ୍ନୟନ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ମୁକୁନ୍ଦ କିଷାନଙ୍କୁ ଯୋଗାଯୋଗ କରିବାରେ ମରାମତି ହୋଇଥିବା ବୁର୍ଡା-ପ ନେସରା ରାସ୍ତା ଯଦି ଖରାପ ହୋଇଯାଇଛି , ତେବେ ପୁଣି ପ୍ରସ୍ତାବ ଦେଇ କାମ କରାଯିବ ବୋଲି କହିଥିଲେ। ଲୋଇସିଂହା ଆରଡି ବିଭାଗ ଅଧୀନରେ ହେଉଥିବା କାମର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
Dharitri – Odisha’s No.1 Odia Daily

