ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର ଏନଏନଏମଏସ୍‌ ଆପ୍‌ରେ ଅପ୍‌ଲୋଡ ହେଉଥିବା ଫଟୋ ଏବଂ ଉପସ୍ଥାନ ହିଁ ଅନିୟମିତତାକୁ ପଦାରେ ପକାଇଛି।
ଅଭିଯୋଗରୁ ପ୍ରକାଶ ଯେ, ବ୍ଲକ ମୁଖ୍ୟାଳୟ ଡୁଡୁକା ପଞ୍ଚାୟତ ପକ୍ଷରୁ ଏମଜିଏନଆରଇଜିଏସରେ ବିଭିନ୍ନ ଗ୍ରାମରେ କାମ ଚାଲିଛି। ୧୪ଟି ମଷ୍ଟର ରୋଲରେ ଗତ ୯ ତାରିଖ ଦିନ ପ୍ରାୟ ୧୦୯ ଜଣ ଶ୍ରମିକ ଏହି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ଦର୍ଶାଯାଇଛି। ଜଣ ପିଛା ୨୭୩ ଟଙ୍କା ପାଉଣା ହିସାବରେ ୨୯ ହଜାର ୭୫୭ ଟଙ୍କା ଶ୍ରମିକ ପାଉଣା ପଇଠ ହେଉଛି। ଉକ୍ତ ପଞ୍ଚାୟତ ଅଧୀନ କେଶାଇପାଲି ଗଁାରେ ୨ କିମି ଟ୍ରେଞ୍ଚ ପ୍ରକଳ୍ପ କାମ ହେଉଛି। ଉକ୍ତ ପ୍ରକଳ୍ପରେ ମଷ୍ଟରରୋଲ ନମ୍ବର ୧୩୦୯୩ରେ ୧୦ ଜଣ ଶ୍ରମିକ କାମ କରୁଥିବା ନେଇ ଗତ ସୋମବାର ପୂର୍ବାହ୍ନ ୧୦ଟା ୫୨ମିରେ ପ୍ରଥମ ଫଟୋ ଅପ୍‌ଲୋଡ କରାଯାଇଛି। ଯେଉଁଥିରେ ୧୦ ଜଣ ଶ୍ରମିକ ରହିଛନ୍ତି ା ସେଥିମଧ୍ୟରୁ ୭ ଜଣ ପୁରୁଷ ଏବଂ ୩ ଜଣ ମହିଳା ରହିଛନ୍ତି। କିନ୍ତୁ ଉପସ୍ଥାନରେ ଗୁମୁନି, ମାଧବୀ, ହରପ୍ରିୟା ଓ ବୈଦେହି ମହିଳା ଶ୍ରମିକ କାମ କରୁଥିବା ଦର୍ଶାଯାଇଛି। ଫଟୋରେ ୩ ଜଣ ମହିଳା ଥିବା ସ୍ଥଳେ ଉପସ୍ଥାନରେ ୪ ଜଣ ମହିଳା ଶ୍ରମିକଙ୍କ ଉପସ୍ଥାନକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ମଷ୍ଟର ରୋଲରେ ଅପ୍‌ଲୋଡ ହୋଇଥିବା ୨ୟ ଫଟୋରେ କେବଳ ୨ ଜଣ ଶ୍ରମିକଙ୍କ ଫଟୋ ରହିଛି। ସେହିପରି ଉକ୍ତ ଦିନ ଏହି ପ୍ରକଳ୍ପର ମଷ୍ଟର ରୋଲ ନମ୍ବର ୧୩୦୯୭ରେ ପୁଣି ୧୦ ଜଣ ଶ୍ରମିକ କାମ କରିଛନ୍ତି। ଏଠାରେ ମଧ୍ୟ ୩ ଜଣ ମହିଳା ଶ୍ରମିକଙ୍କ ଫଟୋ ଅପ୍‌ଲୋଡ ହୋଇଥିବା ସ୍ଥଳେ ବନିତା, ସାଇବାନୀ, ସୁଲୋଚନା ଓ କୁମୁଦିନୀ କାମ କରିଥିବା ନେଇ ଉପସ୍ଥାନ ପକାଯାଇଛି। ଭିନ୍ନ ଭିନ୍ନ ମଷ୍ଟର ରୋଲ ହୋଇଥିଲେ ସୁଦ୍ଧା ଏକପ୍ରକାର ଫଟୋ ଆପ୍‌ରେ ଅପ୍‌ଲୋଡକୁ ନେଇ ସାଧାରଣରେ ସଶଂୟ ସୃଷ୍ଟି ହୋଇଛି। ସେହିପରି ଅନ୍ୟ ଏକ କାର୍ଯ୍ୟ କୋଡ୍‌ ନମ୍ବର ୧୦୬୨୪୧୨୭ରେ ଡୁଡୁକାରୁ ଜଡାମୁଣ୍ଡା ରାସ୍ତା ନିର୍ମାଣ କାମ ଚାଲିଛି। ଏହି ପ୍ରକଳ୍ପର ମଷ୍ଟରରୋଲ ନମ୍ବର ୧୩୬୯୮, ୧୩୬୯୯, ୧୩୭୦୦, ୧୩୭୦୧,୧୩୭୦୨,୧୩୭୦୩ରେ ମୋଟ ୫୨ ଜଣ ଶ୍ରମିକ କାମ କରୁଛନ୍ତି। ଏହିସବୁ କାମରେ କେବଳ ପୁରୁଷ ଶ୍ରମିକଙ୍କ ଫଟୋ ଅପ୍‌ଲୋଡ କରାଯାଇଥିବା ବେଳେ ୩ରୁ ୪ ଜଣ ଶ୍ରମିକ କାମ କରିଥିବା ନେଇ ଦର୍ଶାଯାଇଛି। ସେହିପରି ବ୍ଲକର ରୋତ, ଭରସୁଜା, ରିନବଚନ ପଞ୍ଚାୟତରେ ସମାନ ଧରଣର ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡୁଡୁକା ପଞ୍ଚାୟତର ଜିଆରଏସ୍‌ କମ୍‌ ଡିଇଓ ଚିତ୍ତ ରଞ୍ଜନ ଭୋଇଙ୍କୁ ପଚାରିବାରୁ ଗାଁ ସାଥୀମାନେ ଏପରି କରୁଥିବା ସେ କହିଥିଲେ। କେବଳ ଆଗଲପୁର ନୁହେଁ ଜିଲାରେ ଏପରି ଭାବେ ଦୈନିକ ଲକ୍ଷାଧିକ ଟଙ୍କା ହରିଲୁଟ ହେଉଛି ା ରାଜ୍ୟ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri