ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍ଏଫ୍ ଓ ସିଆର୍ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର ମା’ ମଙ୍ଗଳା ସ୍ବୟଂ ସହାୟକ ଦଳର ସଦସ୍ୟା ଲିଲି ବେଲଘରିଆ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ନିଯୁକ୍ତି ପ୍ରକ୍ରିୟାରେ ତଦନ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, କିଛିମାସ ପୂର୍ବରୁ ଜିପିଏଲ୍ଏଫ୍ ଓ ଏସ୍ଏଚ୍ଜି ଆକ୍ଟିଭ ମେମ୍ବର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ଏଥିପାଇଁ ଲିଲିଙ୍କ ସମେତ ଅନେକ ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସ୍ବୟଂ ସହାୟକ ଦଲର ୨ଜଣ ସଦସ୍ୟାଙ୍କୁ ସମ୍ପୃକ୍ତ ପଦବୀରେ ନିଯୁକ୍ତି ଦିଆଯାଇଛି। ଅଭିଯୋଗକୁ ବିଚାର କରି ତଦନ୍ତ କରାଯିବ ବୋଲି ବିଡିଓ କହିଥିବା ଅଭିଯୋଗକାରୀ ଜଣାଇଛନ୍ତି।