ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ, ମୋ’ ସ୍କୁଲ ଅଭିଯାନ ଯୋଜନାରୁ ଲକ୍ଷାଧିକ ଟଙ୍କା…

ଦେବଗଡ଼,୨୩ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ତିଲେଇବଣି ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ହେଇଛି। ମୋ’ ସ୍କୁଲ ଅଭିଯାନରୁ ଲକ୍ଷାଧିକ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାଥାଉ କି, ମୋ’ ସ୍କୁଲ ଅଭିଯାନରେ ଉକ୍ତ ବିଦ୍ୟାଳୟ ପୂର୍ବତନ ଛାତ୍ରୀଛାତ୍ର ଜଣକୁ ସଭାପତି କରିଥାନ୍ତି ଓ ପୂର୍ବତନ ଛାତ୍ରୀଛାତ୍ର ବିଦ୍ୟାଳୟର ଉନ୍ନତି ପାଇଁ ଯାହା ଟଙ୍କା ଦେବେ ତାହା ୩ ଗୁଣ ହେଇ ବିଦ୍ୟାଳୟକୁ ଆସିବ ଏବଂ ଉକ୍ତ ଟଙ୍କାରେ ବିଦ୍ୟାଳୟର ଉନ୍ନତି କରାଯିବ। କିଛି ମାସ ପୂର୍ବରୁ ଉକ୍ତ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ହେଇଯାଇଛି। ଜୟନ୍ତୀ ପାଇଁ ପୁରାତନ ଛାତ୍ରମାନେ ବହୁତ ଟଙ୍କା ଦେଇଥିଲେ, ପୂର୍ବ ସରକାର ଏହି ଯୋଜନା କରିଥିଲେ, ବର୍ତ୍ତମାନ ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରି ପଞ୍ଚ ସଖା ଶିକ୍ଷା ସେତୁ ଯୋଜନାରେ ନାମିତ କରିଛନ୍ତି, ହେଲେ ମଜାର କଥା ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜନୈକ ଶିକ୍ଷକ ମିଶି ଆସିଥିବା ଟଙ୍କାକୁ ହେର୍‌ଫେର୍‌ କରିଥିବା ଅଭିଯୋଗ ହୋଇଛି, କଥା ଉଠୁଛି ଯେ ପୂର୍ବତନ ଛାତ୍ର ହେଉ କି ଛାତ୍ରୀ ଏହି ଯୋଜନାର ସଭାପତି ହେବା କଥା ହେଲେ ଏହି ବିଦ୍ୟାଳୟରେ ନିୟମ ଉଲ୍ଲଘଂନ କରି ଜଣେ ଶିକ୍ଷକ ସଭାପତି ହେଉଛନ୍ତି। ଯାହା କି ହେବା କଥା ନୁହଁ ସେ ଶିକ୍ଷକ ଉକ୍ତ ବିଦ୍ୟାଳୟର ପୂର୍ବତନ ଛାତ୍ର କିନ୍ତୁ ସେ ସେହି ବିଦ୍ୟାଳୟରେ ଶିକ୍ଷକ ଥିବାରୁ ଏମିତି ହେବା କଥା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ସମାଲୋଚନା ହେଉଛି, ଆସିଥିବା ଟଙ୍କାକୁ ହେରଫେର କରିବା ପାଇଁ ସୁବିଧା ବାଟ କ’ଣ ପାଇଁ ନା ଯେଉଁ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଆସିଛି ପ୍ରଧାନଶିକ୍ଷକ ଓ ସେହି ଶିକ୍ଷକ ଯିଏ ସଭାପତି ହେଇଛନ୍ତି ଦୁଇଜଣଙ୍କର ଦସ୍ତଖତ ହେଲେ ହିଁ ଟଙ୍କା ବ୍ୟାଙ୍କରୁ ଉଠାଇ ପାରିବ କେହି ବି କହିବାକୁ ନାହିଁ, ତେଣୁ ଏହି ସମୟର ଫାଇଦା ଉଠାଇ ବିଦ୍ୟାଳୟର ଉନ୍ନତି ନାମରେ ଟଙ୍କା ଅନିୟମିତତା କରିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟିକେଶ୍ୱର୍‌ ଦେହୁରୀଙ୍କୁ ପଚାରିବାରୁ ସେ କହିଲେ ଆଲୁମିନି ପ୍ରେସିଡେଣ୍ଟ ଆମ ବିଦ୍ୟାଳୟର ପୁରାତନ ଛାତ୍ର ଓ ସେ ପୂର୍ବ ପ୍ରଧାନଶିକ୍ଷୟିତ୍ରୀଙ୍କ ସମୟରେ ମନୋନୀତ କରାଯାଇଥିଲା ଓ ଏହି ଅର୍ଥର ଅନିୟମିତତା ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ।ତେଣୁ ଜିଲାପାଳ ହସ୍ତକ୍ଷେପ କରି ତଦନ୍ତ କରିଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛ ଏବଂ ଭିଜିଲାନ୍ସ ତଦନ୍ତ ଦାବି ହେଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା: ବାରଣ୍ଡାରେ ପାଠପଢୁଛନ୍ତି କୁନି କୁନି ପିଲା

ପାଟଣା,୨୩।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତର କୁଣ୍ଡଳା ଗ୍ରାମରେ ୪ ଦିନ ହେବ ମହାନ୍ତ ସାହିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

ମିଛ ପ୍ରତିଶ୍ରୁତିକୁ ନେଇ ଗର୍ଜିଲା ବିଜେଡି: ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଲୋଇସିଂହା,୨୩।୪।୨୬( ସୁଶାନ୍ତ ବାରିକ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ରହିଛି। ଏହାପୂର୍ବରୁ ଆଜି ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ…

ସରକାରଙ୍କଠାରୁ ମାସିକ କେତେ ଟଙ୍କା ଦରମା ପାଆନ୍ତି କଙ୍ଗନା ରାଣାୱତ, ଜାଣିଲେ…

ନୂଆଦିଲ୍ଲୀ,୨୩।୪: ଅନେକ ବଲିଉଡ ତାରକା ମଧ୍ୟ ରାଜନେତା। ଏଥିରେ କଙ୍ଗନା ରାଣାୱତ, ଅରୁଣ ଗୋଭିଲ ଏବଂ ରବି କିଶନ ପ୍ରମୁଖ ଅଛନ୍ତି। ଏହି ତାରକାମାନେ କେବଳ ସେମାନଙ୍କ…

ଯୁବବର୍ଗଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଛି ଧରିତ୍ରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଜିନେସ ଏମିନେସ୍ସ ଆଓ଼୍ବାଡର୍‌ସ ୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ…

‘ମୁଁ ଝାଲମୁଡି ଖାଇଲି, କିନ୍ତୁ ଟିଏମସିକୁ ଲାଗିଲା ରାଗ’, ପଶ୍ଚିମବଙ୍ଗରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନାଦିଆ ଜିଲାରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ…

ଘୋଷଣା ହେଲା CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ତାରିଖ, ସକାଳ ୧୦ଟା ୩୦ରୁ…

ନୂଆଦିଲ୍ଲୀ,୨୩।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୬ ମସିହାର ଦ୍ୱିତୀୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ତାରିଖ ପତ୍ର…

ସୀମା ଟପିଲେ ଟ୍ରମ୍ପ! ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଲେ, ରକ୍ତ ଗରମ….

ଓ୍ବାଶିଂଟନ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁନଃ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ, ଚାଇନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri