ଅଡୁଆରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲ ବର୍ତ୍ତମାନ ଅଡୁଆରେ। ଅମିଶା ଓ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିବା କୁହାଯାଇଛି।

ଫିଲ୍ମର ପ୍ରମୋଶନ ଏବଂ ପବ୍ଲିସିଟି ପାଇଁ ଦୁହେଁ ରାଞ୍ଚିରେ ରହୁଥିବା ଫିଲ୍ମମେକର୍‌ ଅଜୟ କୁମାର ସିଂହଙ୍କ ଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ। ଫିଲ୍ମ ପୂରା ହେବା ପରେ ସୁଧ ସମେତ ତାଙ୍କୁ ଟଙ୍କା ଫେରାଇବାର ଥିଲା। କିନ୍ତୁ ଅମିଶା ଟଙ୍କା ଫେରାଇବା ବଦଳରେ ଦିନ ଗଡାଇ ଚାଲିବା ସହ ନାନା ବାହାନା କରୁଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Share