ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ ଓ କମ୍ପ୍ୟୁଟର ସେଣ୍ଟର କରିଥିବା ପୁରୁଷୋତ୍ତମପୁର ସୀତାରାମପୁର ଆଗ୍ରାହରମର ମହେନ୍ଦ୍ର ବେହେରାଙ୍କୁ କେସ୍‌ ନଂ. ୪୧୭/୨୧ରେ ଗିରଫ କରି କୋର୍ଟ ଚାଲାଣ କରିବା ସହ କମ୍ପ୍ୟୁଟର, ପ୍ରିଣ୍ଟର, ସିପିଓ ଏବଂ ଜାଲ୍‌ ରେକର୍ଡପତ୍ର ମାନ ଜବତ କରିଥିବାର ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ କହିଛନ୍ତି ।

ମୃତ୍ୟୁ ପ୍ରମାଣପତ୍ର ଲାଗି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସୁନିଲ କୁମାର ଟୁଡୁଙ୍କ ଅର୍ଡରକୁ ଜାଲିଆତି କରି ଏମ୍‌ସି କେସ୍‌ ନଂ ୯୯/୨୧ରେ ଚନ୍ଦ୍ରମଣି ସାହୁ, ଶାସନପଲ୍ଲୀ, କେସ୍‌ ନଂ. ୧୦୦/୨୧ରେ ସୀମାଞ୍ଚଳ ସାଶମଲ ଗୋପୀନାଥପୁର ସୁନାଥର, ୧୦୧/୨୧ରେ ମକରା ରାଉଳ ନାଇଡୁ ପଲ୍ଲୀ, ଭାଟକୁମରଡା, ୧୦୨/୨୧ରେ ମହାଦେବ ସେଠୀ ଡି ଅନ୍ତରି ଗାଁ, ୧୦୩/୨୧ ରେ କୋନଟି ଆପଲା ଆମା କନ୍ଦାଳପଲ୍ଲୀ ଭାଟକୁମରଡ଼ା, ୧୦୫/୨୧ରେ ଜୁର ପରିଡ଼ା ଝାଡବାଇଙ୍କ ନାମରେ ଜାଲ୍‌ କୋର୍ଟ ଅର୍ଡର ପ୍ରସ୍ତୁତି କରି ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାଖଲ କରି ମୃତ୍ୟୁ ପ୍ରମାଣପତ୍ର ହାତେଇଥିଲେ। ଏହା ଗତ ଜୁନ୍‌ ମାସରେ ଜଣାପଡ଼ିବା ପରେ ତହସିଲଦାର ନୀତିଶ କୁମାର ତ୍ରିପାଠୀ ଘଟଣାକୁ ନେଇ ବିଭାଗୀୟ କର୍ମଚାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଥିଲେ। ଶେଷରେ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁ ଗତ ୮ ତାରିଖରେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନା ଆଇଆଇସି ଛୋଟରାୟ ତଦନ୍ତ କରିବା ବେଳେ ଏଭଳି କାରନାମା ଧରା ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri