Posted inUncategorized

ଭୁଲ୍‌ ଇଞ୍ଜେକ୍‌ଶନରୁ ଶିଶୁମୃତ୍ୟୁ ଅଭିଯୋଗ

ବରୀ,୨୫ା୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଭୁଲ ଇଞ୍ଜେକ୍‌ଶନ ଦେବାରୁ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରୀ ବ୍ଲକ୍‌ ଅଧୀନ ଅଲିପୁର ଗ୍ରାମର ବିରଞ୍ଚତ୍ ଗେଡ଼ିଙ୍କ ଝିଅ ଅର୍ପିତା ଗେଡ଼ି(୪)। ଜ୍ୱର ହେବାରୁ ତାଙ୍କୁ ପରିବାର ଲୋକେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଔଷଧ ଓ ଇଞ୍ଜେକଶନ ଲେଖିଥିଲେ। ଡାକ୍ତରଙ୍କ ଚିଠା ମୁତାବକ ସ୍ବାସ୍ଥ୍ୟକର୍ମୀ ଇଞ୍ଜେକ୍‌ଶନ ଦେଇଥିଲେ। ମାତ୍ର ଏହାର କିଛି ସମୟ ପରେ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏକଥା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ହୋହଲ୍ଲା କରିବା ସହ ଏଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଥିଲେ। ଏଥିସହିତ ମେଡିକାଲ ପରିସରରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ଖବରପାଇ ବରୀ-ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା, ଉପଜିଲାପାଳ ଗୋପୀନାଥ କୁଅଁର ଓ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପୋଲିସ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସୋମବାର ମୃତକଙ୍କ ପରିବାରକୁ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି। ହେଲେ ଏଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ବହୁ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏଠାରେ ଡାକ୍ତର ନିଯୁକ୍ତି ନ ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମହାରଣା କହିଛନ୍ତି, ଶିଶୁଙ୍କର କିପରି ମୃତ୍ୟୁ ହେଲା ତା’ର ତଦନ୍ତ କରାଯିବ। ଏଥିସହିତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଶିଶୁଙ୍କୁ ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri